October 31, 2025

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ

1 min read

ମୁମ୍ବାଇ: ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ। ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ଆସିବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଅନେକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।
ଏହି ଖବର ପରେ ଗଣମାଧ୍ୟମ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ପରିବାର ନିକଟତର ସୂତ୍ର ଅନୁସାରେ, ‘ଚିନ୍ତିତ ହେବାର କିଛି ନାହିଁ।’ ତାଙ୍କ ବୟସ ଅଧିକ ହୋଇଥିବାରୁ ସେ ସମୟ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥାନ୍ତି। ଏବେ ସେଭଳି ଏକ କାରଣରୁ ସେ ହସ୍ପିଟାଲରେ ଅଛନ୍ତି। ଅଭିନେତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ କୌଣସି ଚିନ୍ତା ନାହିଁ।’ ଏହି ରିପୋର୍ଟ ଆସିବା ପରେ ପ୍ରଶଂସକମାନେ ଆଶ୍ୱସ୍ତିର ନିଶ୍ୱାସ ମାରିଛନ୍ତି।
କହିରଖୁଛୁ, ଅଭିନେତା ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଧର୍ମେନ୍ଦ୍ର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଭିଡିଓ ଏବଂ ଫଟୋ ସେୟାର କରନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ଉପଭୋଗ କରନ୍ତି। ଏହା ବ୍ୟତୀତ, ଧର୍ମେନ୍ଦ୍ର ଏବେ ବି ଫିଲ୍ମରେ ତାଙ୍କର ପ୍ରତିଭା ଦେଖାଉଛନ୍ତି। ଅଭିନେତାଙ୍କୁ ଶେଷ ଥର ପାଇଁ ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କ ସହିତ ଫିଲ୍ମ “ରକି ଔର ରାନୀ କି ପ୍ରେମ କାହାଣୀ”ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଧର୍ମେନ୍ଦ୍ରଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା।