October 14, 2025

ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

1 min read

ମେଡିସିନ ପରେ ୨୦୨୫ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି ପକ୍ଷରୁ ଚୟନ କରାଯାଇଛି।

ସେମାନେ ହେଉଛନ୍ତି ଆମେରିକାର ବୈଜ୍ଞାନିକ ଜନ କ୍ଲାର୍କ, ମାଇକେଲ ଏଚ. ଡିଭୋରେଟ ଓ ଜନ ଏମ. ମାର୍ଟିନିଜ।

ବୈଦ୍ୟୁତିକ ସର୍କିଟରେ ମାକ୍ରୋସ୍କୋପିକ୍ କ୍ଵାଣ୍ଟମ ମେକାନିକାଲ ଟନେଲିଂ ଏବଂ ଏନର୍ଜି କ୍ଵାଣ୍ଟିଜେସନ ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ଆବିଷ୍କାର ପାଇଁ ଏମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

ଡିସେମ୍ବର ୧୦ ତାରିଖ ଆଲଫ୍ରେଡ୍ ନୋବେଲଙ୍କ ତିରୋଧାନ ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୧ ନିୟୁତ ସ୍ଵିଡିସ୍ କ୍ରୋନାର ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ ସାଢ଼େ ୧୦ କୋଟି ଟଙ୍କା ସହ ନୋବେଲ ଡିପ୍ଲୋମା ଓ ମେଡାଲ୍ ପ୍ରଦାନ କରାଯିବ।