March 12, 2026

ରାୟଗଡ଼ା ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡି କସରତ ଜାରି ରଖିଛି

1 min read

ଭୁବନେଶ୍ଵର: ରାୟଗଡ଼ା ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡି କସରତ ଜାରି ରଖିଛି। ଏଥିରେ ହସ୍ତକ୍ଷେପ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଅନାସ୍ଥା ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି କାଉସିଲର ଏହି ନିର୍ଦେଶ ବିରୋଧରେ ଯାଆନ୍ତି ତେବେ ମ୍ୟୁନିସପାଲ ଆମେଣ୍ଡମେଣ୍ଟ ନିୟମାବଳୀ ୨୦୧୮ର ରୁଲ୍‌ ୪୬ (ଖ) ଅନୁଯାୟୀ ଦଳ ପଦକ୍ଷେପ ଗ୍ରହଣ କରିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି।