April 26, 2026

ଆଜି ସୁନା ଓ ରୂପାର ମୂଲ୍ୟରେ ବଡ଼ ପରିବର୍ତ୍ତନ

1 min read

ଭୁବନେଶ୍ୱର: ଆଜି ଶାରଦୀୟ ନବରାତ୍ରିର ଶେଷ ଦିନ। ଆଜି ସାରା ଦେଶରେ ଦଶହରା ମହା ଧୁମଧାମରେ ​​ପାଳନ କରାଯାଉଛି। ଏପରି ପରିସ୍ଥିତିରେ ଆଜି ସୁନା ଓ ରୂପାର ମୂଲ୍ୟରେ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଦେଶର ରାଜଧାନୀ ଦିଲ୍ଲୀ, ଜୟପୁର, ନୋଏଡା, ଲକ୍ଷ୍ନୌ, ଗାଜିଆବାଦ ଭଳି ଉତ୍ତର ଭାରତର ସହରଗୁଡ଼ିକରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ପ୍ରାୟ ୧,୧୫,୯୨୦ ଟଙ୍କାରେ କାରବାର ହେଉଛି। ଯେଉଁଠାରେ ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୧୬୧,୦୦୦ ଟଙ୍କାରେ କାରବାର ହେଉଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ୱେବସାଇଟ୍ ଅନୁଯାୟୀ, ଗୁରୁବାର ସକାଳେ ସୁନା ଏବଂ ରୂପା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୮,୯୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୦୮,୮୦୦ ଟଙ୍କାରେ ପହଞ୍ଚିଛି ।