ଏକା ସାଙ୍ଗରେ ପ୍ରାଣ ହରାଇଲେ ଦୁଇଦୁଇଟା ଭେଣ୍ଡାପୁଅ
1 min read
ରାଉରକେଲା: ସୁନ୍ଦରଗଡ଼ ଜିଲା ରାଉରକେଲାସ୍ଥିତ ବାସନ୍ତୀ କଲୋନୀ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାସନ୍ତୀ କଲୋନୀ ଓଭରବ୍ରିଜ୍ ତଳେ ରେଳ ଧାରଣା ପାରି ହେଉଥିବା ବେଳେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାସନ୍ତୀ କଲୋନୀ ନିକଟ ହରିପୁର ବସ୍ତିରେ ରଞ୍ଜନ ପତ (୧୯), ଜୀବନ ପାତ୍ର (୧୫)।
ସୂଚନାଯୋଗ୍ୟ, ଉଭୟ ମାଲବାହୀ ଟ୍ରେନ୍ ତଳେ ଗଳିକି ଯାଉଥିବା ବେଳେ ଅପର ପାର୍ଶ୍ୱରୁ ଆସୁଥିବା ରାଉରକେଲା-ବୀରମୀତ୍ରପୁର ପାସେଞ୍ଜର ଟ୍ରେନ ଧକ୍କା ଦେିଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ପୋଲିସ ୨ଟି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।