March 11, 2026

ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

1 min read

କଟକ: ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ସେପ୍ଟେମ୍ବର ୧୬ରେ ଫୁସଫୁସ ସଂକ୍ରମଣ ହେତୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଏକ ସାମାନ୍ୟ ସଂକ୍ରମଣ ଏବଂ ଚିନ୍ତାର କୌଣସି କାରଣ ନାହିଁ। ସମସ୍ତ ଆବଶ୍ୟକୀୟ ପରୀକ୍ଷା କରାଯାଇଛି ଓ ରିପୋର୍ଟ ଅନୁସାରେ ତାଙ୍କର କୌଣସି ଗୁରୁତର ରୋଗ ନାହିଁ। ସପୂର୍ଣ୍ଣ ଶରୀର ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କର ଶାରୀରିକ ସ୍ଥିତି ସ୍ୱାଭାବିକ ଅଛି।

ଡାକ୍ତରଙ୍କ ମତରେ, ବୁଦ୍ଧାଦିତ୍ୟଙ୍କୁ ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ ଏବଂ ତା’ପରେ ତାଙ୍କୁ ଡିସଚାର୍ଜ କରାଯିବ। ଅଭିନେତା ଶ୍ରୀତମ ଦାସ ହସ୍ପିଟାଲରେ ବୁଦ୍ଧାଦିତ୍ୟଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖବର ନେଇଛନ୍ତି।