March 5, 2026

ଲକ୍ଷ୍ନୌ ବିମାନବନ୍ଦରରେ ରବିବାର ୧୪ ସେପ୍ଟେମ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି

1 min read

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରରେ ରବିବାର ୧୪ ସେପ୍ଟେମ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି। ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ସମୟରେ ରନୱେରେ ଅଟକି ଯାଇଥିଲା। କ୍ୟାପ୍ଟେନ ବିମାନକୁ ଅଟକାଇ ୧୫୧ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ସମାଜବାଦୀ ପାର୍ଟି ସାଂସଦ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ଏହି ବିମାନରେ ଥିଲେ।

ସୂତ୍ର ଅନୁସାରେ, ବିମାନଟି ରନୱେରେ ଗତି ବଢ଼ାଇଥିଲା, କିନ୍ତୁ ତଥାପି ଆକାଶରେ ଉଡ଼ାଣ କରିପାରିଲା ନାହିଁ। ବିମାନର କ୍ୟାପ୍ଟେନ୍ ରନୱେ ଶେଷ ହେବା ପୂର୍ବରୁ ଚତୁରତାର ସହିତ ବିମାନକୁ ଅଟକାଇ ଦେଇଥିଲେ। ଏହି ଘଟଣା ଯୋଗୁ ବିମାନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।। ପରେ ବିମାନ କମ୍ପାନି ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପଠାଇଥିଲା।