January 24, 2026

ଉଛୁଳିଲା ସୁବର୍ଣ୍ଣରେଖା

1 min read

ଜଳେଶ୍ୱର: ସୁବର୍ଣ୍ଣରେଖାରେ ଆଜି ଚଳିତ ବର୍ଷର ଷଷ୍ଠ ବନ୍ୟା ଏବଂ ବୈତରଣୀରେ ଦ୍ବିତୀୟ ବନ୍ୟା ଆସିଛି। ଫଳରେ ଉତ୍ତର ବାଲେଶ୍ବରର ଜଳେଶ୍ବର, ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ ଅଧୀନ ୨୫ ପଞ୍ଚାୟତର ‌୯୨ରୁ ଅଧିକ ଗାଁ ଏବଂ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଅଧୀନ ୫ ପଞ୍ଜାୟତର ୨୫ରୁ ଅଧିକ ଗାଁରେ ପାଣି ପଶିଛି। ସୂଚନା ଅନୁସାରେ, ଗତ ୪ ଦିନ ଧରି ଉପରମୁଣ୍ଡରେ ବର୍ଷା ଜାରି ରହିଛି। କେନ୍ଦ୍ର ଜଳ ଆୟୋଗ ରିପୋର୍ଟ ଅନୁସାରେ, ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ମଧ୍ୟରେ ଜାମସେଦପୁରରେ ୮.୬ ମିମି, ଘାଟଶିଳାରେ ୫.୮ ମିମି, ଜାମଶୋଳାରେ ୪.୮ ମିମି ଓ ଫେକରେ ୨.୦ ମିମି ବର୍ଷା ରେକର୍ଡ କରାଯାଇଛି। ତଳମୁଣ୍ଡ ରାଜଘାଟରେ ୧୧.୦ ମିମି ବର୍ଷା ହୋଇଛି। ଗତକାଲି ଗାଲୁଡିହି ବ୍ୟାରେଜ୍‌ର ୧୩ଟି ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ସକାଳଠାରୁ ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ପାଇଛି। ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଅପରାହ୍ଣ ୪ଟା ସୁଦ୍ଧା ଜଳସ୍ତର ବିପଦ ସଙ୍କେତର ବହୁ ଉପରେ ଅର୍ଥାତ୍‌ ୧୧.୧୭ ମିଟରରେ ପ୍ରବାହିତ ହେଉଛି।