March 10, 2026

ସରକାରୀ ଅର୍ଥ ହଡ଼ପ କରିବା ପଡ଼ିଲା ମହଙ୍ଗା

1 min read

ଉଦଳା: ଆକ୍ସନରେ ପଞ୍ଚାୟତିରାଜ ବିଭାଗ। ମୟୁରଭଞ୍ଜ ଜିଲା ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତ ସରପଞ୍ଚ ବସେନ ମାରାଣ୍ଡିଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଶୁକ୍ରବାର ନିଲମ୍ବିତ କରାଯାଇଛି। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ରାଢ଼ୋ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଲଗାଇବାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ମାମଲା ଭିଜିଲାନ୍ସ କୋର୍ଟରେ ପହଞ୍ଚିଥିଲା। ଭିଜିଲାନ୍ସ କୋର୍ଟ ସରପଞ୍ଚ ମାରାଣ୍ଡିଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।