September 30, 2026

ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି

1 min read

ଭୁବନେଶ୍ୱର: ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମବାର, ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ନିକଟରେ ସୋମନାଥ ସ୍ବାଭିମାନ ପର୍ବ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ କହିଥିଲେ, ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଏକ ଅଦୃଶ୍ୟ ଓ ଗଭୀର ଆଧ୍ୟାତ୍ମିକ ସମ୍ପର୍କ ରହିଛି। ସୋମନାଥ ଯଦି ଭାରତର ପଶ୍ଚିମ ପ୍ରହରୀ, ତେବେ ଲିଙ୍ଗରାଜ ହେଉଛନ୍ତି ପୂର୍ବର ଅବିଚଳିତ ଶକ୍ତି । ଇତିହାସର ପୃଷ୍ଠା ଓଲଟାଇ ସେ ଦର୍ଶାଇଥିଲେ ଯେ, ଆକ୍ରମଣକାରୀମାନେ ବାରମ୍ବାର ମନ୍ଦିର ଧ୍ୱଂସ କରି ଭାରତର ଆତ୍ମାକୁ ମାଟିରେ ମିଶାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସନାତନୀଙ୍କ ରକ୍ତରେ ପ୍ରବାହିତ ଆସ୍ଥା ଯୋଗୁଁ ଏହା ପ୍ରତିଥର ପୁନର୍ଜନ୍ମ ଲାଭ କରିଛି। ୧୯୫୧ ମସିହାର ଐତିହାସିକ ଘଟଣାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଦୃଢ ସଂକଳ୍ପ ଯୋଗୁଁ ହିଁ ସୋମନାଥ ମନ୍ଦିରର ପୁନଃନିର୍ମାଣ ସମ୍ଭବ ହୋଇଥିଲା।