ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାଇବାଲି ସେକ୍ସସନ ଗୁନାକିଆ ଜଙ୍ଗଲରୁ ଶୁକ୍ରବାର ପୁରୀ ଗଲା ୫୫ ଖଣ୍ଡ ରଥକାଠ ।
1 min read
ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାଇବାଲି ସେକ୍ସସନ ଗୁନାକିଆ ଜଙ୍ଗଲରୁ ଶୁକ୍ରବାର ପୁରୀ ଗଲା ୫୫ ଖଣ୍ଡ ରଥକାଠ । ଏ ନେଇ ଗୁନାକିଆ ଠାରେ ଶୁକ୍ରବାର ପୂଜାପାଠ ପରେ ରଥ କାଠ ଗାଡି ପୁରୀ ଅଭିମୁଖେ ବାହାରିଥିଲା । ଏହି ସମୟରେ ରାସ୍ତା କଡ଼ରେ ବହୁ ଶ୍ରଦ୍ଧାଳୁ ରଥ କାଠ ଗାଡ଼ିକୁ ପୂଜାର୍ଚ୍ଚନା କରିଥିଲେ। ପରେ ଭଞ୍ଜନଗର ଡି ଏଫ ଓ କାର୍ଯ୍ୟାଳୟ ଠାରେ ରଥ କାଠ ଗାଡି ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ସମୟରେ ସେଠାରେ ଏସିଏଫ ବିବେକ କୁମାର ଦାସ, ଏସିଏଫ ବିମଳ କୁମାର ପ୍ରଧାନ, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଡି ଏଫ ଓ ହିମାଂଶୁ ଶେଖର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା ।
ସୂଚନା ଯୋଗ୍ୟ ଯେ, ବିଗତ କିଛି ବର୍ଷ ହେବ ଏହି ବନଖଣ୍ଡରୁ ପୁରୀ ରଥଯାତ୍ରା ପାଇଁ ରଥକାଠ ଯାଉଛି। ଯାହାକି ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ।


