May 1, 2025

୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

1 min read

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନାଞ୍ଚଳରେ ଜଣେ ୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି l ଗତକାଲି ପୂର୍ବାହ୍ନରେ ଘର ବାହାରେ ଖେଳୁଥିବା ବେଳେ ମୋବାଇଲ ଦେଖାଇବା ବାହାନାରେ ଅଭିଯୁକ୍ତ ନିଜ ଘରକୁ ଟେକି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା l ଅଭିଯୁକ୍ତ ସେହି ଗ୍ରାମର (୧୭) ବର୍ଷୀୟ ନାବାଳକ ସମ୍ପର୍କୀୟ ଅଜା l

ରିଆମାଳ ଥାନାଞ୍ଚଳରେ ଜଣେ ୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି l ଗତକାଲି ପୂର୍ବାହ୍ନରେ ଘର ବାହାରେ ଖେଳୁଥିବା ବେଳେ ମୋବାଇଲ ଦେଖାଇବା ବାହାନାରେ ଅଭିଯୁକ୍ତ ନିଜ ଘରକୁ ଟେକି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା l ଅଭିଯୁକ୍ତ ସେହି ଗ୍ରାମର (୧୭) ବର୍ଷୀୟ ନାବାଳକ ସମ୍ପର୍କୀୟ ଅଜା l ଶିଶୁକନ୍ୟା ଜଣକ କାନ୍ଦିକାନ୍ଦି ନିଜ ମାଙ୍କୁ ଘଟଣା ସମ୍ପର୍କରେ କହିବା ସହ ଗୁପ୍ତାଙ୍ଗରେ କ୍ଷତ ଓ ରକ୍ତସ୍ରାବ ଦେଖି ଗତକାଲି ରାତିରେ ପୀଡ଼ିତା ଶିଶୁକନ୍ୟାର ମା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେl ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l
ଶିଶୁକନ୍ୟା ଜଣକ କାନ୍ଦିକାନ୍ଦି ନିଜ ମାଙ୍କୁ ଘଟଣା ସମ୍ପର୍କରେ କହିବା ସହ ଗୁପ୍ତାଙ୍ଗରେ କ୍ଷତ ଓ ରକ୍ତସ୍ରାବ ଦେଖି ଗତକାଲି ରାତିରେ ପୀଡ଼ିତା ଶିଶୁକନ୍ୟାର ମା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେl ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l