Categories

February 8, 2026

ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

1 min read

ଭୁବନେଶ୍ୱର: ପବିତ୍ର ଅଶୋକାଷ୍ଟମୀ ରେ ଭୁବନେଶ୍ୱରରେ ଅନୁଷ୍ଠିତ , ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି ହୋଇଛି।

ଶନିବାର ରୁକୁଣା ରଥଯାତ୍ରା ଓ ଏହାପରେ ଏପ୍ରିଲ 9 ତାରିଖରେ ବାହୁଡା ଯାତ୍ରା ପାଇଁ ଏହି ଟ୍ରାଫିକ କଟକଣା ଜାରି ରହିବ। ରୁକୁଣା ରଥଯାତ୍ରାରେ ଅନେକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

କମିଶନରେଟ ପୋଲିସ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କୌଣସି ଯାନବାହାନ ମାଉସୀ ମା’ ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ। ସବୁ ଗାଡ଼ିଗୁଡ଼ିକ ମାଉସୀମା ଛକଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ।

ରଥ ଯିବାକୁ ଥିବା ରାସ୍ତାରେ ଥିବା ସାହି ରାସ୍ତା ଅଥବା ଗଳି ରାସ୍ତା ଦେଇ କୌଣସି ଯାନବାହାନ ରଥ ଯିବା ଆସିବା କରିପାରିବ ନାହିଁ।

ରଥ ଖଳାଠାରୁ ରଥ ରାସ୍ତାରେ କୌଣସି ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହିଁ। ସେଗୁଡ଼ିକ ରଥଖଳା ଠାରୁ ବାଟ ମହାଦେବ ମନ୍ଦିର ରାସ୍ତା ଦେଇ ଯାଇପାରିବେ।