July 27, 2024

ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ

1 min read

ଭୁବନେଶ୍ୱର: ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେମାନେ ହେଲେ କଳାହାଣ୍ଡି ଜିଲା ନର୍ଲାର ଏକ ବୁଥରେ ନିୟୋଜିତ ତେଜାଂଶୁ ସାହୁ ଓ ଗଞ୍ଜାମ ଜିଲାରେ ଜଣେ ପୋଲିଂ ଅଧିକାରୀ। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି , କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜଣ ପୋଲିଂ ଅଫିସରଙ୍କୁ ସସପେଣ୍ଡ କରାଯାଇଛି।

ରାଜ୍ୟରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଦିନ ଗୋଟାଏ ସୁଦ୍ଧା ୩୯.୩୦% ମତଦାନ ହୋଇଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୩.୨୮% ମତଦାନ ହୋଇଥିଲା।

Leave a Reply

Your email address will not be published. Required fields are marked *