July 22, 2024

କୁଏଟ୍‌ ଦୁର୍ଘଟଣାରେ ଚାଲିଗଲା ୨ ଓଡ଼ିଆ ପୁଅଙ୍କ ଜୀବନ

1 min read

ଭୁବନେଶ୍ବର: କୁଏଟ୍‌ର ଏକ ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ୪୫ଜଣ ଭାରତୀୟ| ସେମାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ପୁଅ ଅଛନ୍ତି।ଜଣେ ହେଉଛନ୍ତି ମହମ୍ମଦ ଜହୁର ଏବଂ ଆଉ ଜଣେ ସନ୍ତୋଷ ଗୌଡ ଓଡ଼ିଆ ପୁଅ ମହମ୍ମଦ ଜହୁରଙ୍କ ପରିବାରରେ ଘୋଟିଯାଇଛି କଳା ବାଦଲ। ଆଉ ୩ ୪ ମାସ ପରେ ତାଙ୍କ ପରିବାରରେ ପାଦ ଥାପିଥାନ୍ତା ଜୁହୁର ଓ ତାଙ୍କ ସ୍ତ୍ରୀଙ୍କ ସନ୍ତକ ,ତାଙ୍କ ସ୍ତ୍ରୀ ୭ମାସର ଗର୍ଭବତୀ ଅଛନ୍ତି। ଜୁହୁରଙ୍କ ବିୟୋଗରେ ଏବେ ସାରା ପରିବାର ଦୁଃଖରେ ବୁଡି ଯାଇଛି।

ସେହିଭଳି କୁଏଟ୍‌ରେ ଆଉ ଜଣେ ଓଡ଼ଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ କୁଏଟ୍‌ରେ କାମ କରୁଥିଲେ । ବୁଧବାର ଦିନ ନିଜ କାମ ସାରି ନିଜେ ରହୁଥିବା ଘରକୁ ଫେରିଥିଲେ । ଆଉ ସେହି କାଳରାତିରେ ଶୋଇଥିବା ବେଳେ ଅଗ୍ନିକାଣ୍ଡରେ ତାଙ୍କର ପ୍ରାଣ ଚାଲିଯାଇଛି। ସନ୍ତୋଷଙ୍କ ଦୁଇଟି ଛୋଟ ପିଲା ଅଛନ୍ତି । ସେ ପରିବାରର ଗୋଟିଏ ବୋଲି ରୋଜଗାରିଆ ପୁଅ ଭାବେ କୁଏତ ଯାଇ କାମ କରୁଥିଲେ । ଗତ ଦୁଇ ବର୍ଷ ହେଲା ସେ କୁଏତରେ ଥିଲେ । ତେବେ ଦୁଇ ଜଣଙ୍କର ମୃତଦେହ ଆଜି ଭୁବନେଶ୍ୱରରେ ପହଞ୍ଚିବାକୁ ଯାଉଛି।

କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ମହମ୍ମଦ ଜହୁର ଆଉ ନାହାନ୍ତି ସତ। କିନ୍ତୁ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ସେ ଚିର ଦିନ ହୋଇ ବଞ୍ଚିରହିବେ। କାରଣ ମୃତ୍ୟୁ ପୂର୍ବରୁ ସେ ବଞ୍ଚାଇଦେଇଛନ୍ତି ଅନେକଙ୍କ ଜୀବନ। ଘଟଣା ଦିନ ସେ ଭୋର ୪ଟାରୁ ମସଜିଦରୁ ପ୍ରାର୍ଥନା ସାରି ରୁମକୁ ଫେରିଥିଲେ। ଏହି ସମୟରେ ସେ ଘର ଭିତରେ ଅଗ୍ନିକାଣ୍ଡ ଘଟିଯାଇଥିବା ଦେଖିଥିଲେ। ଚିତ୍କାର କରି ସମସ୍ତଙ୍କୁ ଉଠାଇଥିଲେ। ସମସ୍ତେ ଜୀବନ ବଞ୍ଚାଇବାକୁ ଉପର ମହଲାକୁ ପଲାଇଥିବା ବେଳେ, ତଳ ମହଲା ଦେଇ ଘର ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ମହମ୍ମଦ ଜହୁର। କିନ୍ତୁ ସବୁ ଚେଷ୍ଟା ବିଫଳ ହେଲା। ଆଉ ସବୁଦିନ ପାଇଁ ଆଖି ବୁଜିଦେଲେ ଜହୁର। ମୃତ୍ୟୁମୁଖରୁ ବଞ୍ଚିଥିବା ଅନ୍ୟ କର୍ମଚାରୀମାନେ ଏସମ୍ପର୍କରେ ଜହୁରଙ୍କ ଭାଇଙ୍କୁ ଫୋନ ଯୋଗେ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଭୋର୍‌ରୁ କୁଏତ୍‌ର ଏକ ବହୁତଳ କୋଠାରେ ଅଗ୍ନିକାଣ୍ଡ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟଙ୍କ ସମେତ ମୋଟ୍‌ ୪୯ ଜଣଙ୍କର ମୃତ୍ୟୁ ହୋଇଛି। ୩୦ ଜଣ ଗୁରୁତର ହୋଇଛନ୍ତି, ଯେଉଁମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *