July 22, 2024

ବିଷାକ୍ତ ଛତୁ ଖାଇ ୧୦ ଗୁରୁତର

1 min read

ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କିରିକିଟା ଗାଁରେ ଅଘଟଣ | ଚାଷ ଜମିରେ ଫୁଟି ଥିବା ଛତୁ ଖାଇ ଗୋଟିଏ ପରିବାରର ୧୦ ଜଣ ଗୁରୁତର ହୋଇଛନ୍ତି | ଗତକାଲି ରାତିରେ ବିଲରେ ଫୁଟିଥିବା ଛତୁ ଆଣି ଘରେ ତରକାରୀ ରାନ୍ଧି ଖାଇଥିଲେ | ଏହାପରେ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଖଡ଼ିଆଳ ହସ୍ପିଟାଲରେ ଭର୍ତି ହୋଇଛନ୍ତି | ତେବେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥାରେ କୌଣସି ଉନ୍ନତି ନାସିବାରୁ ସେମାନଙ୍କୁ ନୂଆପଡା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି | ଏହି ଘଟଣାରେ ନୂଆପଡା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଅନୁଧ୍ୟାନ କରୁଛି |

Leave a Reply

Your email address will not be published. Required fields are marked *