ମାଦ୍ରିଦ ଓପନ୍ ଜିତିଲେ ସିନର
1 min read
ମାଦ୍ରିଦ୍: ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ୟାନିକ୍ ସିନର ତାଙ୍କ ଟେନିସ୍ ଜୀବନରେ ପ୍ରଥମଥର ମାଦ୍ରିଦ ଓପନ୍ରେ ଚମ୍ପିଆନ୍ ହୋଇଛନ୍ତି। ରବିବାର ରାତିରେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସିନର ୬-୧, ୬-୨ ସିଧାସଳଖ ସେଟ୍ରେ ବିଶ୍ବର ୩ନଂ ଖେଳାଳି ଜର୍ମାନୀର ଆଲେକ୍ଜାଣ୍ଡର ଜେରେଭଙ୍କୁ ପରାସ୍ତକରି ଚମ୍ପିଆନ୍ ହୋଇଛନ୍ତି। ସିନରଙ୍କ ଏହା କ୍ରମାଗତ ପଞ୍ଚମ ମାଷ୍ଟର-୧୦୦୦ ଟାଇଟଲ୍। ସେ ଚଳିତବର୍ଷ ଇଣ୍ଡିଆନ ୱେଲ୍ସ, ମିଆମି ଓ ମଣ୍ଟେକାର୍ଲୋରେ ମଧ୍ୟ ଚମ୍ପିଆନ୍ ହୋଇଥିଲେ। ଚଳିତବର୍ଷ ସିନର ଞ୍ଚ ଓପନ୍ରେ ଚମ୍ପିଆନ୍ ହୋଇଥିଲେ। ଫଳରେ ବିଶ୍ବର ପ୍ରଥମ ପୁରୁଷ ଟେନିସ ଖେଳାଳି ଭାବେ ୨୪ ବର୍ଷ ବୟସ୍କ ସିନର କ୍ରମାଗତ ୫ଟି ମାଷ୍ଟର-୧୦୦୦ ଟ୍ରଫି ଜିତିବା କୃତିତ୍ବ ହାସଲ କରିଛନ୍ତି।


