September 21, 2026

ମାଓ ଡମ୍ପ୍‌ରୁ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଉଦ୍ଧାର

1 min read

ମାଲକାନଗିରି: ଆତ୍ମସମର୍ପଣ କରିଥିବା ନକ୍ସଲଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବିଜାପୁର ପୁଲିସ ଚଢ଼ାଉ କରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି।

ଭୈରମଗଡ଼ ଥାନା ଅଞ୍ଚଳର ଉତ୍‌ଲା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ଲୁଚାଇ ରଖାଯାଇଥିବା ନକ୍ସଲ ଡମ୍ପକୁ ପୁଲିସ ଉଦ୍ଧାର କରିଛି। ଏଥିରୁ ଏକେ-୪୭ ରାଇଫଲ ସମେତ ବିଭିନ୍ନ ପ୍ରକାରର ଅସ୍ତ୍ର ଓ ଜୀବନ୍ତ ଗୁଳି ଜବତ ହୋଇଛି।