ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ : ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ଅଭିଷେକ ଦର୍ଶାଯାଇଛନ୍ତି
1 min read
କଲକାତା: ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା କହିଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ଅଭିଷେକ ଦର୍ଶାଯାଇଛନ୍ତି ଗତକାଲି ରାତିରେ ଦିଲ୍ଲୀରୁ ଫେରି ସେ କଲକାତା ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ବନ୍ଧୁକ ଧରିଥିବା ଜଣେ ବ୍ୟକ୍ତି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏଥିରୁ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା କିପରି ବିପର୍ଯ୍ୟସ୍ତ ହୋଇପଡ଼ିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ସେହିପରି ଟିଏମ୍ସିର ଅନ୍ୟତମ ସାଂସଦ ଡେରେକ ଓ’ ବ୍ରାୟନ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଛାଡ଼ି ଦର୍ଶାଇଛନ୍ତି ଯେ ସେ ଓ ଅଭିଷେକ ଦିଲ୍ଲୀରୁ ଆସି କଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି ବନ୍ଧୁକ ଧରି ସେମାନଙ୍କୁ ହତ୍ୟା କରିବାକୁ ମାଡ଼ି ଆସିଥିଲା। ତେବେ ଟିଏମ୍ସି ଦଳର ସମର୍ଥକଙ୍କ ଯୋଗୁଁ ସେମାନଙ୍କ ଜୀବନ ରକ୍ଷା ହୋଇ ପାରିଥିଲା। ଏହି ଘଟଣାକୁ ନେଇ ଟିଏମ୍ସି ତରଫରୁ ଶାସକ ଦଳକୁ ସମାଲୋଚନା କରାଯାଇଛି। ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ହତ୍ୟା କରିବାକୁ ଶାସକ ଦଳ ଚାହୁଁଥିବା ଟିଏମ୍ସି ତରଫରୁ ଅଭିଯୋଗ ହୋଇଛି। ସୂଚନାଥାଉ କି ଗତ ବିଧାନସଭା ନିର୍ବାଚନରେ ଟିଏମ୍ସିର ପରାଜୟ ପରେ ଏହି ଦଳର ନେତାଙ୍କ ଉପରେ ଏକାଧିକବାର ଅଣ୍ଡାମାଡ଼ ହୋଇ ସାରିଛି।


