April 1, 2026

ଡେରାବିଶ ପାଠାଗାର ପ୍ରତିଷ୍ଠା ଦିବସ ଓ ସ୍ମୃତି ଚାରଣ ସଭା ଆୟୋଜିତ

1 min read

ଡେରାବିଶ,1/4,(ଦୀପକ କୁମାର କର) : ଡେରାବିଶ ପାଠାଗାର ୧୯୭୮ ମସିହାରେ ସ୍ଥାପିତ ହୋଇ ନିୟୋଜିତ ହୁଏ ଡେରାବିଶ ମହାବିଦ୍ୟାଳୟ ପ୍ରତିଷ୍ଠାରେ l ସ୍ବର୍ଗତ ଇଂ. ବାନାମ୍ବର ଦାସଙ୍କ ଧର୍ମପତ୍ନୀ ଡ଼କ୍ଟର. କିରଣ ବାଳା ଦାସଙ୍କ ଦେହାନ୍ତ ପରେ ପୁନର୍ଜିବନ ପାଏ ତା.13/4/2006 ମସିହାରେ l ଏହାର ସମ୍ପାଦକ ଦାଇତ୍ୱ ଗ୍ରହଣ କରନ୍ତି ବିଶ୍ୱକବି ଦାସ l ଉତ୍ସାହି ସଭ୍ୟମାନଙ୍କ ନିରନ୍ତର ସହଯୋଗରେ ମାସିକ ଅଧିବେଶନ, ସମୂହ ଚିନ୍ତନ, ଓ ମାସିକ କାର୍ଯ୍ୟକ୍ରମର ଧାରା ଚାଲୁ ରହେ l ଅଧିକରୁ ଅଧିକ ପାଠକମାନଙ୍କୁ ଆକର୍ଷିତ କରେ l ପାଠାଗାର ଚତୁର୍ପାର୍ଶ୍ୱରେ ଅନ୍ୟୁନ 50 ଗୋଟି ଗ୍ରାମର ପାଠକ ପାଠିକା ପୁସ୍ତକ ପରିବେଷଣ ନିମନ୍ତେ ସୁଯୋଗ ସୃଷ୍ଟି କରାଯାଏ l

ଡେରାବିଶ ମହାବିଦ୍ୟାଳୟ, ଡେରାବିଶ ମହିଳା ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ସହ ଯୋଡିଵା ପାଇଁ, ସମାଜସେବୀ ହଳଧର ଦାସ, ଅଧ୍ୟାପକ ପ୍ରଭାକର ସାମଲ, ଶିକ୍ଷକ ପ୍ରମୋଦ କୁମାର ବେହେରା ଓ ଦୁଇଟି ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପରାମର୍ଶ ଲୋଡ଼ାଯାଏ l ତା. ୨୫/୦୯/୨୦୧୧ ରିଖରେ ନୂତନ ଭାବେ ଗଠିତ ପରିଚାଳନା ମଣ୍ଡଳୀ ଗଠନ କରାଯାଏ l ଡେରାବିଶ ପାଠାଗାର ତରଫରୁ ପାଠକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଆରମ୍ଭ ହୁଏ ବାର୍ଷିକ ଉତ୍ସବ l ଏହି ପରିପ୍ରେକ୍ଷୀରେ ୨୦୧୫ ମସିହାରେ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ୨୦୧୬ ମସିହାରେ ସମାଜସେବୀ ଓଲଢ଼ି ମଠର ମହନ୍ତ, ରାମଚନ୍ଦ୍ର ରାମାନୁଜ ଦାସ, ଓ ଜୟଭାରତୀ ସାଥି ସମାଜ, ସମ୍ପାଦକ ନିରଞ୍ଜନ ସାହୁ ପ୍ରମୁଖଙ୍କୁ ସମ୍ମାନୀତ କରାଯାଏ, ୨୦୧୬ ମସିହାରେ ପାଠାଗାର ତରଫରୁ ପ୍ରତିଯୋଗିତା ଓ ୬୦୦୦/- (ଛ ହଜାର ଟଙ୍କା )ରେ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ରୟ ନିଷ୍ପତି ଗ୍ରହଣ କରାଯାଇଥିଲା l

ଏ ସମସ୍ତ କାର୍ଯ୍ୟକ୍ରମକୁ ଆଗେଇ ନେଉଥିବା ସମ୍ପାଦକ ବିଶ୍ୱକବି ଦାସ ତା. ୨୦/୦୪/୨୦୧୨ ରେ ଦେହାନ୍ତ ପରେ,ପାଠାଗାର କାର୍ଯ୍ୟକ୍ରମରେ ଶିଥିଳତା ଦେଖାଯାଏ l ତା. ୦୧/୦୪/୨୦୧୩ ରିଖରେ ଡେରାବିଶ ପାଠାଗାରାର ପ୍ରତିଷ୍ଠାତା, ଇଂ. ବାନାମ୍ବର ଦାସଙ୍କ ଦେହାନ୍ତ, ଡେରାବିଶ ଅଂଚଳରେ ଶୋକର ଛାୟା ଖେଳିଯାଏ,ପରବର୍ତୀ ସମୟରେ ପାଠାଗାରାର ପରିଚାଳନା ମଣ୍ଡଳୀ ଓ ଉପଦେଷ୍ଟା ମଣ୍ଡଳୀ ନିଷ୍ପତି କ୍ରମେ ସ୍ବର୍ଗତ ଇଂ. ବାନାମ୍ବର ଦାସଙ୍କ ସୁପୁତ୍ର ଡ଼କ୍ଟର ଇଂ. ଭକ୍ତ କବି ଦାସଙ୍କୁ ପାଠାଗାର କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରାଯାଇ ଥିଲା l ଦିବଂଗତ ଇଂ.ବାନାମ୍ବର ଦାସଙ୍କ ସ୍ମୃତି କମିଟି ଗଠନ କରାଯାଇ ସମାଜସେବୀ ହଳଧର ଦାଶ ଙ୍କୁ ସଭାପତି ଓ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧକ୍ଷ ଚିତ୍ତ ରଞ୍ଜନ ଦାସଙ୍କୁ ପାଠାଗାରାର ସଭାପତି ଭାବେ ମନୋନୟନ କରାଯାଏ l ଏହି କ୍ଷୁଦ୍ର ପାଠାଗାରାଟିକୁ ନିରବଛିନ୍ନ ଜନସେବାରେ ନିୟୋଜିତ କରେ l