August 16, 2026

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଭେଟିଲେ ଦିଲୀପ ରାୟ

1 min read

ଭୁବନେଶ୍ବର: ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନରେ ଲଢ଼ି ବିଜୟ ଲାଭ କରିବା ପରେ ମଙ୍ଗଳବାର (୩୧-୩-୨୦୨୬) ଶିଳ୍ପପତି ତଥା ରାଜନେତା ଦିଲୀପ ରାୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ନେଇ ଦିଲୀପ ରାୟଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, ଆଲୋଚନାରେ ଚନ୍ଦ୍ରବାବୁ ନାଇଡ଼ୁ ପୁରୁଣା ଘଟଣା ମନେ ପକାଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସଂଖ୍ୟାଲଘୁ ସରକାରଙ୍କୁ ସମର୍ଥନ କରିବାକୁ ଦିଲୀପ କିଭଳି ଚନ୍ଦ୍ରବାବୁଙ୍କୁ ବୁଝାଇଥିଲେ ସେହି କଥାର ସ୍ମୃତିଚାରଣ କରିଥିଲେ। ଏହାସହ ବିଶାଖପାଟଣାର ଭୋଗପୁରମ୍‌ ଠାରେ ଏକ ବିରାଟ ହୋଟେଲ୍‌ ନିର୍ମାଣର ଉଦ୍ୟମକୁ ପ୍ରଶଂସା କରି ଏହାଦ୍ବାରା ପର୍ଯ୍ୟଟନ ଓ ଆଞ୍ଚଳିକ ବିକାଶ ହେବ ବୋଲି ଶ୍ରୀ ନାଇଡ଼ୁ ମତ ଦେଇଥିଲେ।