January 27, 2026

ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣି ମାରିଲା ସାନ ଭାଇ

1 min read

ଝାରସୁଗୁଡ଼ା : ସାନ ଭାଇଙ୍କ ଟାଙ୍ଗିଆ ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲା ଲଖନପୁର ଥାନା କୁଡ଼ାଲୋଇ ଗଙ୍ଗାପଡ଼ାରେ। ଅଭିଯୁକ୍ତ ସାନ ଭାଇଙଙ୍କୁ ଅଟକ ରଖି ପୋଲିସର ପଚରାଉଚରା କରୁଛି। ତେବେ କେଉଁ କାରଣ ପାଇଁ ହତ୍ୟା କରାଯାଇଛି ତାହାକୁ ନେଇ ସ୍ପଷ୍ଟ ହୋଇ ନାହିଁ। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅଧିକ ତଦନ୍ତ ପାଇଁ ସାନ ଭାଇକୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି।