October 29, 2025

କପା କିଆରିରେ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଗଏଲପିଟା ନିକଟରେ ଥିବା ଏକ କପା କିଆରିରେ ବୁଧବାର ସକାଳେ ଜନୈକା ଯୁବତୀଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଫାଣ୍ଡି ଅଧିକାରୀ ମଳୟ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବୁଧବାର ସକାଳୁ କିଛି ଛେଳି ଚରାଳି ଛେଳି ଚରାଇବାକୁ ଯାଇଥିବାବେଳେ ଯୁବତୀଙ୍କ ମୃତଦେହ ଦେଖି ଆସି ଗାଁରେ କହିଥିଲେ। ପରେ ଜମି ମାଲିକ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ସାଇଣ୍ଟିଫିକ୍‌ ଟିମ୍‌ ଆସି ସରଜମିନ ତଦନ୍ତ କରିଥିବା ବେକେ ଘଟଣାକୁ ନେଇ ସନ୍ଦେହରେ କିଛି ଲୋକଙ୍କୁ ପଚରାଉଚରା କରୁଛି ପୋଲିସ। ଅନ୍ୟ ପଟେ ଯୁବତୀଙ୍କୁ ବଳାତ୍କାର କରି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ଯୁବତୀଙ୍କ ମୁହଁକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଏହି ଖବର ଏବେ ଦେଓଗାଁ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାକୁ ଆଧାର କରି ପୋଲିସ ଏବେ ତନାଘନା ଚଳାଇଥିବା ଜଣାପଡ଼ିଛି।