ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସ–୨୦୨୬ ର ପ୍ରାରମ୍ଭିକ ଦିବସ ରେ ଯୁବ ଧ୍ରୁପଦ ଶିଳ୍ପୀଙ୍କ ଚମତ୍କାର ପ୍ରଦର୍ଶନ
1 min read
ଭୁବନେଶ୍ୱର, ୨୦ ଜୁନ: ଧ୍ରୁପଦ ମ୍ୟୁଜିକ୍ ଫାଉଣ୍ଡେସନ୍ (DMF) ଦ୍ୱାରା ଆୟୋଜିତ ‘ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସ–୨୦୨୬’ର ନବମ ସଂସ୍କରଣଶନିବାର ଦିନ ଉଦଘାଟିତ ହୋଇ ଥିଲା ।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସର୍ବପୁରାତନ ପରମ୍ପରା ‘ଧ୍ରୁପଦ’ର ସଂରକ୍ଷଣ ଓପ୍ରସାର ଉଦ୍ଦେଶ୍ୟରେ ଏହି ସନ୍ଧ୍ୟାଟିକୁ ସମର୍ପିତ କରାଯାଇଥିଲା।
‘ଧ୍ରୁପଦ’ ମ୍ୟୁଜିକ୍ ଫାଉଣ୍ଡେସନ ଗୁରୁକୁଳରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁରୁ-ଶିଷ୍ୟପରମ୍ପରାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା, ଯେଉଁଥିରେ ଭାରତର ବିଭିନ୍ନପ୍ରାନ୍ତରୁ ଆସିଥିବା ବରିଷ୍ଠ ଓ କନିଷ୍ଠ ଶିଷ୍ୟମାନେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠାନ ର ‘ଲିଟିଲ୍ ଧ୍ରୁପଦ ସିଙ୍ଗର୍ସ’ ପଦକ୍ଷେପ ଅଧୀନରେଉଦୀୟମାନ ପ୍ରତିଭାଙ୍କ ଦ୍ୱାରା ହୋଇଥିଲା। ପଞ୍ଜାବର ଭବ୍ୟା ଅରୋରା ରାଗ ଭୂପାଳୀ, ଓଡ଼ିଶାର ମନୀଷ ପଣ୍ଡା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଅନ୍ୟତମ ପ୍ରାଚୀନରାଗ ‘ରାଗ ହିନ୍ଦୋଳ’ ଏବଂ ପଞ୍ଜାବର ଶ୍ରେୟାଂଶୀ ପାହ୍ୱା ‘ରାଗ ମେଘ’ ଗାନ କରିଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ଅନୁଷ୍ଠାନର ବରିଷ୍ଠ ଶିଷ୍ୟ ବିହାରର ଅଭିନବ କୁମାର ଓ ଓଡ଼ିଶାର ସୂର୍ଯ୍ୟ ନାରାୟଣପାଣି ମଧ୍ୟ ସେମାନଙ୍କର ଧ୍ରୁପଦ ପରିବେଷଣ ମାଧ୍ୟମରେ ସନ୍ଧ୍ୟାଟିକୁ ସମୃଦ୍ଧକରିଥିଲେ।
ଏହି ଉତ୍ସବରେ ପୁଣେର ବିଶିଷ୍ଟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ବିଶାଳମୋଘେ ଏକ ସ୍ୱତନ୍ତ୍ର ପରିବେଷଣ କରିଥିଲେ। ସେ ଗ୍ୱାଲିୟର-ଆଗ୍ରା ଘରାନାର ଜଣେପ୍ରତିଷ୍ଠିତ ଗାୟକ ଏବଂ ପଣ୍ଡିତ ଅରୁଣ କାଶଲକରଙ୍କ ଶିଷ୍ୟ ଅଟନ୍ତି।
ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା “ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ବନ୍ଦିଶ୍ରଚନାର କଳା” ଶୀର୍ଷକ ଏକ ଜ୍ଞାନବର୍ଦ୍ଧକ ବ୍ୟାଖ୍ୟାୟନ ଏବଂ ପ୍ରଦର୍ଶନ। ଏହାକୁବିଶିଷ୍ଟ ସଙ୍ଗୀତଜ୍ଞ ପଣ୍ଡିତ ବିଜୟାନନ୍ଦ ନାୟକ ଏବଂ ପଣ୍ଡିତ ଅରୁଣ କାଶଲକରମିଳିତ ଭାବେ ପରିଚାଳନା କରିଥିଲେ। ଏହି ଅଧିବେଶନରେ ବନ୍ଦିଶ୍ ରଚନାରସୌନ୍ଦର୍ଯ୍ୟ, ଗଠନ ଏବଂ ସୃଜନଶୀଳ ପ୍ରକ୍ରିୟା ସମ୍ପର୍କରେ ମୂଲ୍ୟବାନ ଦିଗ ଉନ୍ମୋଚିତହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ସଙ୍ଗୀତଜ୍ଞମାନଙ୍କୁ ସହଯୋଗ କରିଥିଲେ ପଣ୍ଡିତ ଡ. ତାପସପାଲ (ତବଲା), ବିଦ୍ଯାଧର ସତପଥୀ (ହାର୍ମୋନିୟମ୍) ଏବଂ ଶ୍ରୀ ମିଥୁନ୍ଚକ୍ରବର୍ତ୍ତୀ ଓ ଶ୍ରୀ ପ୍ରବାଳ ନାଥ (ପଖାୱାଜ)।
ଏହି ଅବସରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧ୍ରୁପଦ ଗୁରୁ ଏବଂ DMFର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଗୁରୁ ଶ୍ରୀ ମୁକୁନ୍ଦ ଦେବ ସାହୁ କହିଥିଲେ ଯେ ଭକ୍ତି ସହିତ ନିରନ୍ତର ପ୍ରଶିକ୍ଷଣ, ପରିବେଷଣ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମ ମାଧ୍ୟମରେ ଧ୍ରୁପଦ ର ସଂରକ୍ଷଣ ଓ ପ୍ରଚାରପାଇଁ ଅନୁଷ୍ଠାନ ପ୍ରତିବଦ୍ଧ।
ଦୁଇ ଦିନିଆ ଏହି ଉତ୍ସବ ଜୁନ୍ ୨୧ ତାରିଖ କାର୍ଯ୍ୟକ୍ରମଟି ସନ୍ଧ୍ୟା ୬ଟାରେ ଆରମ୍ଭ ରେ ଭୁବନେଶ୍ୱରର ଉତ୍କଳ ରଙ୍ଗମଞ୍ଚ (GKCM ORC) ଅଡିଟୋରିୟମଠାରେ ଉଦ୍ଯାପିତ ହେବ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ୟାମାମଣି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡ଼ଃ ଧନଦାକାନ୍ତ ମିଶ୍ର ଏବଂ ଶ୍ରୀ ଖିରୋଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହେେବ। ଉଦ୍ଯାପନୀ ଦିବସରେ ସଙ୍ଗୀତପ୍ରେମୀଙ୍କ ପାଇଁ ରହିଛି ଏକ ଅନନ୍ୟ ସାଂସ୍କୃତିକ ସନ୍ଧ୍ୟା, DMF ଶିଷ୍ୟଙ୍କ ଦ୍ୱାରା ବୃନ୍ଦଧୃପଦ ଗାୟନ ଏବଂ ମୁଖ୍ୟ ଆକର୍ଷଣ ହେବ ଓଡ଼ିଶାର ଏକମାତ୍ର ଧ୍ରୁପଦ ଶିଳ୍ପୀ ଶ୍ରୀ ମୁକୁନ୍ଦ ଦେବ ସାହୁଙ୍କ ଦ୍ୱାରା ପ୍ରସ୍ତୁତ “ଧ୍ରୁପଦ ନାଦ ଯୋଗ”।
କାର୍ଯ୍ୟକ୍ରମର ସମାପନୀ ପର୍ବରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଅଗ୍ରଗଣ୍ୟ ଅଗ୍ରା ଘରାନାର ବରିଷ୍ଠତମ ଗୁରୁ, ପ୍ରଖ୍ୟାତ ସଙ୍ଗୀତଜ୍ଞ, ସୁରକାର ଓ ଶିକ୍ଷକ ପଣ୍ଡିତ ଅରୁଣ କଶାଲକରଙ୍କ ସ୍ୱରମାଧୁର୍ଯ୍ୟରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହେବେ।
ଏହି ଅବସରରେ ‘ଓଡ଼ିଶା ଧୃପଦ ରତ୍ନ ଜ୍ୟୋତି ଆୱାର୍ଡ–୨୦୨୬’, ‘ଦେବ ବାଣୀଧୃପଦ ଆରାଧନା ଆୱାର୍ଡ–୨୦୨୬’ ଏବଂ ‘ଲିଟିଲ୍ ଧୃପଦ ସିଙ୍ଗର୍ ଆୱାର୍ଡ–୨୦୨୬’ ପ୍ରଦାନ କରାଯିବ।
ଏହି ମହୋତ୍ସବ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଏବଂ ବିଭିନ୍ନ ସାଂସ୍କୃତିକ ଓ ବିଭିନ୍ନ କର୍ପୋରେଟ୍ ଅନୁଷ୍ଠାନର ସହଯୋଗରେ ଆୟୋଜିତ ହେଉଛି।ଉଦ୍ଯାପନୀ ଦିବସର କାର୍ଯ୍ୟକ୍ରମ ସମସ୍ତ ସଙ୍ଗୀତ ପ୍ରେମୀଙ୍କ ପାଇଁ ଉନ୍ମୁକ୍ତ ରହିଛି। ଆସନ୍ତୁ, ନାଦ, ଯୋଗ ଏବଂ ଶାସ୍ତ୍ରୀୟ ସଙ୍ଗୀତର ଏହି ଅପୂର୍ବ ମିଳନକୁ ସାକ୍ଷୀ ହେବା ସହିତ ଏହି ସ୍ମରଣୀୟ ସନ୍ଧ୍ୟାର ଅଂଶୀଦାର ହେବା


