ଭାରସ୍ୟାମ ହରାଇ ଓଲଟିଲା ପିକ୍ଅପଭ୍ୟାନ
1 min read
ଚୌଦ୍ୱାର:ଢେଙ୍କାନାଳ ପଟୁ ଚୌଦ୍ଵାର ଅଭିମୁଖେ ଆସୁଥିବା ଏକ ବାଇଗଣ ବୋଝେଇ ପିକ୍ଅପଭ୍ୟାନ ଆଜି ସକାଳୁ ଜାତୀୟ ରାଜପଥ ୫୫ ର ଢିହ ସାହି ଗଡାରେ ଭାରସ୍ୟାମ ହରାଇ ଓଲଟିଲା ପିକ୍ଅପଭ୍ୟାନ। ଢିହ ସାହି ଗଡାରେ ନିକଟରେ ବହୁଦିନ ଧରି ଜାତୀୟ ରାଜପଥ ପକ୍ଷରୁ ଖୋଳା ଯାଇଥିବା ଗାଢ଼ ନିକଟରେ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଖବର ପାଇ ଚୌଦ୍ଵାର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଥିଲା । ଏହି ଦୁର୍ଘଟଣା ରେ କେହି ମୃତାହତ ହୋଇ ନଥିବାର ସୂଚନା ମିଳିଛି । ଜାତୀୟ ରାଜପଥ ପକ୍ଷରୁ ବହୁଦିନ ହେବ ଏହି ଗାଢ଼ ଖୋଲାଯାଇ ଏହାର କାର୍ଯ୍ୟ ସାରିବାରେ ବିଳମ୍ବ ଯୋଗୁଁ ଏହି ଭଳି ଦୁର୍ଘଟଣା ନିର୍ଦ୍ଧିଷ୍ଟ ଏହି ସ୍ଥାନରେ ଘଟୁଛି । ଜାତୀୟ ରାଜପଥ କର୍ତୃପକ୍ଷ ଏହା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳରେ ଦାବି ହେଉଛି।


