March 27, 2025

ସର୍ବଭାରତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ

1 min read

ନିରାକାରପୁର: ନିରାକାରପୁର ପଞ୍ଚାୟତରେ ଥିବା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଖେଳପଡ଼ିଆରେ ସଖା ସଂଘ କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ୩୧ତମ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ମଙ୍ଗଳବାର ସ୍ପୋଟର୍‌ସ ହଷ୍ଟେଲ କଟକ ଏବଂ ନାମଖନ ଫୁଟ୍‌ବଲ ଏକାଡେମୀ ବେହେଲା କୋଲକାତା ମଧ୍ୟରେ ହୋଇଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଟିମ୍‌ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ଦେଇ ସ୍ପୋଟର୍‌ସ ହଷ୍ଟେଲ କଟକ ବିଜୟୀ ହୋଇଛି। ଶିବ ଶଙ୍କର ପଣ୍ଡା, ଶିବ ସାମନ୍ତରାୟ, ସୁକାନ୍ତ ପ୍ରଧାନ, ଓମ୍‌ ପ୍ରକାଶ ମିଶ୍ର, ଅକ୍ଷୟ ପଟ୍ଟନାୟକ, ଗଙ୍ଗାଧର ପଟ୍ଟନାୟକ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ। ଅତିଥିଭାବେ ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରସନ୍ନ ନନ୍ଦ, ଡା.ଅଂଶୁମାନ ରାୟ, ବିଶିଷ୍ଟ ବ୍ୟବସାୟୀ ଏସ୍‌.କେ. ସକୁନ, ଅବସରପ୍ରାପ୍ତ ବ୍ଲକ୍‌ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ସାମନ୍ତରାୟ, ଦିଲୀପ ରାୟ, ସାରଙ୍ଗଧର ମହାପାତ୍ର, ଅରୂପ ପ୍ରଧାନ, ଜାନକୀ ମହାପାତ୍ର, କ୍ରୀଡ଼ା ସଂସଦ ଉପଦେଷ୍ଟା ରବୀନ୍ଦ୍ର ରାଉତରାୟ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଶିବ ମଣ୍ଡଳ ଏବଂ ରୋନିକ ମାଝୀଙ୍କୁ ଶ୍ରେଷ୍ଠ ଖେଳାଳିଭାବେ ସମ୍ମାନିତ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ କମଳଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ବୁଧବାର ଏସ୍‌ପିଏମ୍‌ ବିଶାଖାପାଟଣା ଏବଂ ହିନ୍ଦୁସ୍ତାନ ହିରୋଜ ଫୁଟ୍‌ବଲ ଏକାଡେମୀ ବେହେଲା କୋଲକାତା ମଧ୍ୟରେ ମ୍ୟାଚ୍‌ ହେବ ବୋଲି ଅନୁଷ୍ଠାନରସଭାପତି ବିପିନ କୁମାର ଜୟସିଂହ ଏବଂ ସମ୍ପାଦକ ଭାଗୀରଥି ପ୍ରଧାନ କହିଛନ୍ତି।