November 12, 2025

ପୁଣି ବଢିଲା ଶୀତ

1 min read

ଦାରିଙ୍ଗବାଡି: ପୁଣି ବଢିଲା ଶୀତ। ତଳ ମୁହାଁ ହେଲା ତାପମାତ୍ରା। ଆଉ ଶୀତରେ ଥରୁଛି ଦାରିଙ୍ଗବାଡି। ଗତ ୩ ଦିନ ହେଲା ତାପମାତ୍ରା ଖସିବା ସହ ମଙ୍ଗଳବାର ପାରଦ ୧୦ ଡିଗ୍ରୀ ତଳକୁ ଖସିଆସିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦାରିଙ୍ଗବାଡ଼ିରେ ସକାଳ ୭ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ଖସିଆସି ୯.୫ ଡିଗ୍ରୀ ରହିଥିଲା। ସେହିପରି ଦିନରେ ପ୍ରବଳ ଖରାର ପ୍ରକୋପ ରହିବା ସହ ସର୍ବାଧିକ ୨୫ ଡିଗ୍ରୀରେ ତାପମାତ୍ରା ପହଞ୍ଚିଥିଲା। ସଂନ୍ଧ୍ୟାରେ ପୁଣି ତାପମାତ୍ରା ଖସିଆସି ୧୩. ୫ ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।