May 21, 2024

ଆଗାମୀ ପାଞ୍ଚ ଦିନ ଅପରିବର୍ତ୍ତିତ ପାଣିପାଗ

1 min read

ଭୁବନେଶ୍ବର: ଆଗାମୀ ପାଞ୍ଚ ଦିନ ପର୍ଯନ୍ତ ଅପରିବର୍ତ୍ତିତ ରହିବ ରାଜ୍ୟ ର ପାଣିପାଗ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଆଗାମୀ ୫ ଦିନ ରାଜ୍ୟର କାଁ ଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱର୍ଣିଁ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟାରେ କେଉଁଝର, ବାଲେଶ୍ଵର, ମୟୂରଭଞ୍ଜ , କେନ୍ଦ୍ରାପଡ଼ା ଭଦ୍ରକରେ ଗୋଟେ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।ଏହା ସହ ଉତ୍ତର ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପବନର ବେଗ ୩୦ରୁ ୪୦ କିମି ଘଣ୍ଟା ପ୍ରତି ରହିବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ସେ ଆହୁରି କହିଛନ୍ତି, ଟୁଇନ୍ ସିଟିରେ ଆଜି ଅପରାହ୍ନ ପରେ ସନ୍ଧ୍ୟା ଏବଂ ରାତ୍ରି ସମୟରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ସହ ତାପମାତ୍ରା ୩୭ ଡିଗ୍ରି ଭିତରେ ରହିପାରେ। ଉତ୍ତର ବିହାରରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଗତି କରୁଛି ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ତାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *