April 10, 2026

ଆସାମ, କେରଳ ଏବଂ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେଉଛି

1 min read

ନୂଆଦିଲ୍ଲୀ: ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେଉଛି। ଉକ୍ତ ୩ ରାଜ୍ୟରେ ୬.୧ କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି। କେରଳରେ ୧୪୦ ଆସନ, ଆସାମରେ ୧୨୬ ଏବଂ ପୁଡ଼ୁଚେରୀରେ ୩୦ ଆସନରେ ଭୋଟ୍ ଉଭୟ ଆଞ୍ଚଳିକ ଏବଂ ରାଜନୈତିକ ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପରୀକ୍ଷାରେ ପରିଣତ ହୋଇଛି। ଆସାମରେ ୨.୫ ‌କୋଟି ଭୋଟର ଥିବାବେଳେ ଏଠାରେ ୧.୨୫ କୋଟି ଲେଖାଏ ମହିଳା ଏବଂ ପୁରୁଷ ଭୋଟର ଅଛନ୍ତି। କେରଳରେ ୨.୭୧ କୋଟି ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ୧.୩୯ କୋଟି ମହିଳା ଏବଂ ୧.୩୨ କୋଟି ପୁରୁଷ। ରାଜ୍ୟରେ ୧୮-୧୯ ବୟସବର୍ଗ ମଧ୍ୟରେ ୪.୬୬ କୋଟି ଭୋଟର ଅଛନ୍ତି। ପୁଡ଼ୁଚେରୀ‌ରେ ଏଆଇଏନ୍‌ଆରସି ( ଅଲ ଇଣ୍ଡିଆ ଏନ୍‌ ଆର କଂଗ୍ରେସ) ମୁଖ୍ୟମନ୍ତ୍ରୀ ଏନ୍‌ ରଙ୍ଗସ୍ବାମୀ ପଞ୍ଚମ ଥର କ୍ଷମତାକୁ ଫେରିବାପାଇଁ ଚେଷ୍ଟା ଚଳାଇବା ସହ ଏନ୍‌ଡିଏ ଏଠାରେ କ୍ଷମତା ହାତେଇବାକୁ ଚାହିଛି।