September 24, 2026

ଗୁଡଭେଳା ବ୍ଲକ ପରିସରରେ ବିଜେପିର ଦୁଇ ଗୋଷ୍ଠୀ ହାତାହାତି

1 min read

ଦେଓଗାଁ: ଗୁଡଭେଳା ବ୍ଲକ୍‌ ପରିସରରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହୋଇଛି। ଠିକା କାମ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ତୁଷୁରା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗୁଡ଼ଭେଳା ବ୍ଲକ ପରିସରରେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷାଙ୍କ ଗୋଷ୍ଠୀ ମଧ୍ୟରେ ଠିକା କାମ ବଣ୍ଟନକୁ ନେଇ ମାଡ଼ପିଟ ହୋଇଛି। ଏଥିରେ କିଛି କର୍ମୀ ଆହତ ହୋଇ ଗୁଡଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଘଟଣାସ୍ଥଳରେ ତୁଷୁରା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ତେବେ ଟିଟିଲାଗ଼ଡ ବିଧାୟକ ନିଜର ବ୍ଲକ ପ୍ରତିନିଧୀ ପରିବର୍ତ୍ତନ କରିବା ପରେ ପୂର୍ବ ବ୍ଲକ୍ଅ‌ଧ୍ୟକ୍ଷ ଅଶୋକ ଦୋରାଙ୍କ ସହ ତିକ୍ତକ୍ତା ବଢ଼ିବାରେ ଲାଗିଛି। ଯାହା ଫଳରେ ନିୟମିତ ବ୍ଲକ୍‌ ପରିସରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି।