July 27, 2024

ସ୍ଥାଇ ଜମି ପଟ୍ଟା ପାଇଁ ଏକଜୁଟ ହେଲେ ଗ୍ରାମବାସୀ

1 min read

କାକଟପୁର : କାକଟପୁର ପଂଚାୟତର ବୋଇତକୁଦ ଗ୍ରାମର ଲୋକମାନେ ଏକାଠି ହୋଇଛନ୍ତି l ଦୀର୍ଘ ୫୦ବର୍ଷରୁ ଅଧିକ ବର୍ଷ ହେଲାଣି ଏଠାରେ ପ୍ରାୟ ୨୦୦ ପରିବାର ରହି ଆସୁଛନ୍ତି l ସରକାର ତାଙ୍କୁ ଏଠାରେ ଥଇଥାନ କରିଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାଇ ଘରବାଡି ପଟା ମିଳିପାରିନାହିଁ l ଫଳରେ ସ୍ଥାନୀୟ ଲୋକମାନେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି l ଯେହେତୁ ସେମାନଙ୍କର ସ୍ଥାଇ ଘରବାଡି ପଟ୍ଟା ନାହିଁ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁ ପକ୍କାଘର ପାଇ ପାରୁନାହାନ୍ତି l ଏଭଳିକି ସେମାନେ ସେମାନଙ୍କ ଜାତିଗତ ପ୍ରମାଣ ପତ୍ର କିମ୍ବା ରୋଜଗାର ପ୍ରମାଣ ପତ୍ର ମଧ୍ୟ୍ୟ ପାଇପାରୁନାହାନ୍ତି l
ଏହିସବୁ ସମସ୍ୟାକୁ ନେଇ ଗ୍ରାମର ପ୍ରାୟ ୫୦୦ରୁ ଉର୍ଦ୍ଧ ଲୋକ ଏକାଠି ହୋଇ କିପରି ସେମାନଙ୍କର ନାର୍ଯ୍ୟ ଦାବି ହାସଲ କରିପାରିବେ ସେଥିପାଇଁ ଆଲୋଚନା କରିଥିଲେ l ଏହି ସଭାରେ ଦଳିତ ଲୋକ ମାନେ କିପରି ସେମାନଙ୍କ ହକ ପାଇପାରିବେ ସେଥିପାଇଁ ଶ୍ରୀ ମାଧବ ଚାରିଟେବୁଲ ଆଣ୍ଡ ୱେଲ ଫେୟାର ଟ୍ରଷ୍ଟ ନିମାପଡାର ଚେୟାରମ୍ୟାନ ମାଧବ ମଲ୍ଲିକ ଏବଂ ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ସର୍ବେଶ୍ୱର ମଲ୍ଲିକ ଆସନ୍ତା ଶୁକ୍ରବାର ଦିନ କାକଟପୁର ତହସିଲଦାରଙ୍କୁ ଦାବିପତ୍ର ଦେବା ଶହ ଆଗାମୀ ପନ୍ଦର ଦିନ ଭିତରେ ଯଦି ସେମାନଙ୍କୁ ସ୍ଥାଇ ଘରବାଡି ପଟ୍ଟା ଦିଆ ନଯାଏ ତାହେଲେ ସେମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *