July 27, 2024

‘ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ପ୍ରକଳ୍ପ କୁ ନେଇ ୩୦ହଜାର ଦୀପ ଜାଳିଲେ ବିକାଶ ଆବାସିକ ବିଦ୍ୟାଳୟ

1 min read

ଭୁବନେଶ୍ବର: ଆଜି ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମହାପ୍ରଭୁଙ୍କ ପାଇଁ ଭକ୍ତି ଭାବ ଅର୍ପଣ କରିଛି ଡେରାସସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ।

ବିଦ୍ୟାଳୟ ପରିସରରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିକ୍ଷକ ମଣ୍ଡଳୀ ତଥା ସାଧୁସନ୍ଥ ଏକାଠି ହୋଇ ୩୦ ହଜାର ଦୀପରେ ମହାପ୍ରଭୁ ଜଗନ୍ନାଥ ଏବଂ ପବିତ୍ର ନୀଳଚକ୍ରଙ୍କର ଚିତ୍ର ଆଙ୍କି ଥିଲେ। ଶଙ୍ଖ, ଘଣ୍ଟ, ମୃଦଙ୍ଗ ତାଳେ ତାଳେ ପ୍ରଦୀପ ପ୍ରଜ୍ବଳନ ସମଗ୍ର ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଇଥିଲା‌। ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନର ପ୍ରଶାସନିକ ନିର୍ଦ୍ଦେଶକ ଭି. ଶ୍ରୀନିବାସ, ଅଧ୍ୟକ୍ଷ ଆର. ବିଜୟ କୁମାର, ଡିନ୍ ଏ. ଦିଲୀପ କୁମାର, ବିକାଶ ଗ୍ଲୋବାଲ ବିଦ୍ୟାଳୟର ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ଦାସ, ସମାଜସେବୀ ପ୍ରଣବ ସ୍ୱାଇଁ ଓ ଭି. ଶ୍ରୀଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *