July 27, 2024

ପୁଞ୍ଚରେ ଜୋରଦାର ଚେକିଂ

1 min read

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୁଞ୍ଚରେ ଆତଙ୍କୀ ହମଲା ପରେ ଜୋରଦାର ଚେକିଂ କରାଯାଉଛି। ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ ପକ୍ଷରୁ କଡାକଡି ଚେକିଂ ସହ ନାକାବନ୍ଦୀ କରାଯାଇଛି। ଶନିବାର ଆଇଏଏଫ କନଭଏ ଉପରେ ଆତଙ୍କବାଦୀ ହାମଲା ହୋଇଥିଲା । ଆତଙ୍କୀ ହମଲାରେ ଜଣେ ଯବାନ ସହିଦ ହୋଇଥିବାବେଳେ ୪ ଯବାନ ଆହତ ହୋଇଥିଲେ। ଆହତ ମାନଙ୍କୁ ଶ୍ରୀନଗରସ୍ଥିତ ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାୟୁସେନାର କିଛି ଯବାନ ଦୁଇଟି ଗାଡିରେ ଯାତ୍ରା କରୁଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। । ତେବେ ଏହି ଘଟଣା ପରେ ରାଷ୍ଟ୍ରୀୟ ରାଇଫଲ୍ସ ଯବାନମାନେ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *