ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
1 min read
ଅନୁଗୋଳ: ଭିଜିଲାନ୍ସ ଜାଲରେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ସୋମବାର ସକାଳେ ତାଙ୍କ ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଅନୁଗୋଳ, ଭୁବନେଶ୍ବର, ସୁନ୍ଦରଗଡ଼, ଗଞ୍ଜାମ ଓ ରାଉରକେଲାରେ ଚଢ଼ାଉ ଚାଲିଛି। ଚଢ଼ାଉରେ ୩ ଡିଏସ୍ପି, ୧୦ ଇନ୍ସପେକ୍ଟର, ୪ ଏଏସ୍ଆଇ ସାମିଲ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲା ଟାଉନ୍ ଅବସ୍ଥିତ ତିନି ମହଲା କୋଠା। ରାଉରକେଲା ଛେଣ୍ଡ, ଏମ/୨୦, ଗୋପବନ୍ଧୁ ନଗରରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା।ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରାଞ୍ଝାଲି ତାଙ୍କ ପୈତୃକ ଘର । ପୁରୁଷୋତ୍ତମପୁର,ଆଳାଡିଗାଁର ବେହେରାସାହି, ତାଙ୍କ ଶ୍ୱଶୁର ଘର ଗ୍ରାମ । ଭୁବନେଶ୍ୱର ସ୍ଥିତ ଅରୋଭିଲା-୧, ଫେଜ୍-୩ ଘାଟିକିଆ, । ଫ୍ଲାଟ୍ ନଂ.୪୦୩ ଏବଂ ଅରୋଭିଲା-୧, ଫେଜ୍-୩ ଘାଟିକିଆ, ଅନୁଗୁଳର ୩ ଆରଡି/୧ ଜଳସେଚନ କଲୋନୀରେ ତାଙ୍କର ଆବାସିକ ସରକାରୀ କ୍ୱାର୍ଟର। ଅନୁଗୋଳର ଜଳସେଚନ ଡିଭିଜନରେ ବେହେରାଙ୍କ କାର୍ଯ୍ୟାଳୟ କକ୍ଷରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ତେବେ ଚଢ଼ାଉ ଜାରି ରହିଥିବାରୁ ମୋଟ୍ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ।