August 27, 2026

୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ

1 min read

ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ। ଇରାନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଲା ଆମେରିକା। ୱାଶିଂଟନ ଏବଂ ତେହେରାନ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି। ଇରାନର ଶକ୍ତି କେନ୍ଦ୍ର ଏବଂ ଏନର୍ଜି ଭିର୍ତ୍ତିଭୂମି ଉପରେ ଯେକୌଣସି ଯୋଜନାବଦ୍ଧ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ଏକ ବିବୃତ୍ତିରେ, ଟ୍ରମ୍ପ ଲେଖିଛନ୍ତି: “ମୁଁ ଏହା ଜଣାଇ ଖୁସି ଯେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ସହ ଗତ ଦୁଇ ଦିନ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି । ମୁଁ ପ୍ରତିରକ୍ଷା ବିଭାଗକୁ ଇରାନର ଶକ୍ତି କେନ୍ଦ୍ର ଏବଂ ଶକ୍ତି ଭିତ୍ତିଭୂମି ଉପରେ ଯେକୌଣସି ସାମରିକ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି, ଯାହା ପରବର୍ତ୍ତି ବୈଠକ ଆଲୋଚନାର ସଫଳତା ଉପରେ ନିର୍ଭର କରେ