May 1, 2025

ପଶ୍ଚିମବଙ୍ଗର ବେକାରୀ ଶିକ୍ଷକମାନଙ୍କ ପକ୍ଷରୁ ରାଜ୍ୟ ବିଦ୍ୟାଳୟ ସେବା ଆୟୋଗ (ଏସଏସସି) ମୁଖ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ

1 min read

କଲକାତା: ପଶ୍ଚିମବଙ୍ଗର ବେକାରୀ ଶିକ୍ଷକମାନଙ୍କ ପକ୍ଷରୁ ରାଜ୍ୟ ବିଦ୍ୟାଳୟ ସେବା ଆୟୋଗ (ଏସଏସସି) ମୁଖ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ କରାଯାଇଛି। ଆନ୍ଦୋଳନକାରୀ ବେକାରୀ ଶିକ୍ଷକମାନେ ଘେରାଉ କରି ଅଟକ ରଖିଥିବା ଏସଏସସି ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାରଙ୍କୁ ୪୦ଘଣ୍ଟା ପରେ ଛାଡ଼ିଥିଲେ। ବୁଧବାର ସକାଳେ ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାରଙ୍କୁ ତାଙ୍କ କାର୍ଯ୍ୟାଳୟ ଛାଡିବାକୁ ଆନ୍ଦୋଳନକାରୀ ଅନୁମତି ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୬ ଏସଏସସି ନିଯୁକ୍ତି ପରୀକ୍ଷାର ଓଏମଆର ସିଟ୍ ଉପସ୍ଥାପନା ସମ୍ବନ୍ଧୀୟ ଶୁଣାଣି ସଂପର୍କରେ ଶ୍ରୀ ମଜୁମଦାର ବୁଧବାର କଲିକତା ହାଇକୋର୍ଟରେ ହାଜର ହେବେ।
ଆନ୍ଦୋଳନକାରୀମାନେ କହିଛନ୍ତି ଯେ ଏପ୍ରିଲ ୨୧ ଅପରାହ୍ନ ୨ଟାରୁ ବେକାରୀ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

ଏସଏସସି ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାର କହିଛନ୍ତି ଯେ ସେ ଘରକୁ ଫେରିଛନ୍ତି ଏବଂ କାର୍ଯ୍ୟସୂଚୀ ଅନୁଯାୟୀ କୋର୍ଟ ପ୍ରକ୍ରିୟାରେ ଯୋଗଦେବା ପୂର୍ବରୁ କିଛି ସମୟ ବିଶ୍ରାମ ନେବେ।