March 13, 2026

ଅଣସରଘରେ ଚାଲିଛି ଗୁପ୍ତସେବା

1 min read

ପୁରୀ : ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ,ଆଜି ଲାଗି ହେବ ଫୁଲୁରୀତେଲ| ଅଣସରଘରେ ଚତୁର୍ଦ୍ଧାମୂର୍ତ୍ତି | ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବାପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ଅଣସରଘରେ ଚାଲିଛି ଗୁପ୍ତସେବା | ଦଇତାପତି ସେବକ ମାନେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀତେଲ ମାଲିସ କରିବେ | ମାଲିସପରେ କିଛି ଅଂଶରେ ସୁସ୍ଥ ହେବେ ମହାପ୍ରଭୁ |ଏହାପରେ ଆସନ୍ତା କାଲି ଠାରୁ ମହାପ୍ରଭୁଙ୍କ ଠାରେ ଓଷ ଲାଗି ହେବ |

ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରୀତେଲ ଲାଗି ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ | ପ୍ରତିବର୍ଷ ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରୀତେଲ ଯୋଗାଇ ଦିଆଯାଇଥାଏ | ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀତେଲ ଯୋଗା ଯାଇଥାଏ | ପ୍ରତିବର୍ଷ ହେରାପଞ୍ଚମୀ ତିଥିରେ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ,୭ ପ୍ରକାର ଔଷଧୀୟ ଚେରମୂଳ ସହିତ ସୁବାସିତ ଦ୍ରବ୍ୟ ମିଶାଇ ଏକ ଘୁମରେ ବର୍ଷେ ପର୍ଯ୍ୟନ୍ତ ମାଟିତଳେ ପୋତା ଯାଇ ରଖାଯାଇଥାଏ। ଗୋଟିଏ ବର୍ଷ ପରେ ଦେବସ୍ନାନ ପୂର୍ଣ୍ଣମୀ ତିଥିରେ ମାଟିତଳୁ ତେଲକୁ ବାହାର କରି ରଖାଯାଏ | ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ।

ଆଜି ପୂର୍ଣ୍ଣମୀ ତିଥିରେ ଏହି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଇଥାଏ | ଆଜି ଶ୍ରୀ ମନ୍ଦିରରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ପରେ ଜୟ ବିଜୟ ଦ୍ୱାରା ବନ୍ଦ କରାଯାଇ ଅଣସର ଘର ଖୋଲାଯାଇ ଏହି ନୀତି ଆରମ୍ଭ ହେବ | ପତି ମହାପାତ୍ର ସେବକ ୩ ଟି ରୂପା ପିଙ୍ଗଣରେ ଫୁଲୁରୀତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ କରିବେ |

Leave a Reply

Your email address will not be published. Required fields are marked *