June 23, 2026

ଅଟକି ଥିବା ୨ଟି ଏଲ୍‌ପିଜି ବୋଝେଇ ଭାରତୀୟ ଟ୍ୟାଙ୍କର ଉକ୍ତ ସାମୁଦ୍ରିକ ପଥ ଅତିକ୍ରମ କରିବାକୁ ଯାଉଛି

1 min read

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି) ଯୋଗାଣ ସମସ୍ୟା ସୃଷ୍ଟି ହୋଇଛି। ତେବେ ସମୁଦ୍ରରେ ଅଟକି ଥିବା ୨ଟି ଏଲ୍‌ପିଜି ବୋଝେଇ ଭାରତୀୟ ଟ୍ୟାଙ୍କର ଉକ୍ତ ସାମୁଦ୍ରିକ ପଥ ଅତିକ୍ରମ କରିବାକୁ ଯାଉଛି।

ସମୁଦ୍ରରେ ଅନେକ ଶହ ଜାହାଜ ଅଟକି ରହିଥିବା ବେଳେ ୟୁନାଇଟେଡ୍‌ ଆରବ ଏମିରେଟ୍ସର ଶାରଜା ନିକଟରେ ଅଟକି ରହିଥିବା ୨ ଭାରତୀୟ ଟ୍ୟାଙ୍କର ପାଇନ୍‌ ଗ୍ୟାସ୍‌ ଏବଂ ଜାଗ୍‌ ବସନ୍ତ ଖୁବ୍‌ଶୀଘ୍ର ଭାରତ ଅଭିମୁଖେ ଯାତ୍ରା କରିବାକୁ ଯାଉଥିବା ଜାହାଜ ଚଳାଚଳ ତଥ୍ୟ ଓ ବାଣିଜି୍ୟକ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ୩ଟି ଏଲ୍‌ପିଜି ଟ୍ୟାଙ୍କର ଭାରତ ଆସିଥିଲା।