December 12, 2025

ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରୀ ନିଆଁରେ ଜଳି ଯାଇଛନ୍ତି

1 min read

ରାଜଗାଙ୍ଗପୁର : ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଏବଂ ବଳଙ୍ଗାରେ ନାବାଳିକା ନିଆଁରେ ଜଳିଯିବା ଘଟଣାକୁ ଓଡ଼ିଶାବାସୀ ଭୁଲିପାରି ନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସମାନ ପ୍ରକାରର ଘଟଣା ଦେଖିବାକୁ ମିଳିଛି। ରାଜଗାଙ୍ଗପୁର ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରୀ ନିଆଁରେ ଜଳି ଯାଇଛନ୍ତି। ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଛାତ୍ରୀ ଜଣକ ରାଜଗାଙ୍ଗପୁର ଥାନା ଅଧୀନ ଲାଞ୍ଜିବେର୍ଣ୍ଣା ଅଞ୍ଚଳର ବୋଲି ଜଣାପଡ଼ିଛି, ଯାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଛାତ୍ରୀ ଜଣକ ଶୁକ୍ରବାର ରାତିରେ ପରିବାର ଲୋକଙ୍କର ସହିତ ଖାଇ ସାରି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ତାଙ୍କର ଦେହରେ ନିଆଁ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।