October 15, 2025

ଧରାପଡ଼ିଲେ ଏଏସଆଇର ଦୁଇଜଣ ଏଜେଣ୍ଟ

1 min read

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏଟିଏସ ଆଗ୍ରାରୁ ଆର୍ଡିନ୍ସେ ଫ୍ୟାକ୍ଟ୍ରି ଫିରୋଜାବାଦର ଚାର୍ଜମ୍ୟାନ ରବିନ୍ଦ୍ର କୁମାର ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି। ରବିନ୍ଦ୍ର ଏଏସଆଇ ପାଇଁ ଗୁଇନ୍ଦାଗିରି କରି ପାକିସ୍ତାନରେ ବସିଥିବା ହ୍ୟାଣ୍ଡଲରଙ୍କୁ ଫ୍ୟାକ୍ଟ୍ରି ସହିତ ଜଡ଼ିତ ଗୋପନୀୟତା ବିଷୟରେ ସୂଚନା ଦେଉଥିଲା।

ଆଇଏସଆଇର ମହିଳା ଏଜେଣ୍ଟ ଫେସବୁକ ଜରିଆରେ ନେହା ଶର୍ମା ନାମରେ ନକଲି ଆକାଉଣ୍ଟ ତିଆରି କରି ରବୀନ୍ଦ୍ରଙ୍କୁ ଜାଲରେ ଫସାଇଥିଲେ। କଥାବାର୍ତ୍ତା ହେବା ସମୟରେ ମହିଳା ଜଣକ ନିଜକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସିର ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ।
ଟଙ୍କା ଲୋଭରେ ରବୀନ୍ଦ୍ର ପ୍ରତିଦିନ ଫ୍ୟାକ୍ଟ୍ରିରୁ କେତେ ଉତ୍ପାଦନ ହେଉଛି, ସ୍କ୍ରିନିଙ୍ଗ କମିଟିର ଗୋପନୀୟ ଲେଟର, ଡ୍ରୋନ ଓ ଗଗନୟାନ ପ୍ରୋଜେକ୍ଟ ସହିତ ‌ଜଡ଼ିତ ସୂଚନା ପାକିସ୍ତାନ ସହିତ ସେୟାର କରୁଥିଲେ।

ଏଟିଏସକୁ ରବିନ୍ଦ୍ର କୁମାରଙ୍କ ଫୋନ ଗ୍ୟାଲେରିରୁ ଆର୍ଡିନେନ୍ସ ଫ୍ୟାକ୍ଟ୍ରିର ବରିଷ୍ଠ ଅଧିକାରୀ କିଛି ‌ଗୋପନୀୟ ଦସ୍ତାବିଜ, ୫୧ ଗୋରଖାଟ ରାଇଫଲକ୍ସର ଅଧିକାରୀଙ୍କ ଦ୍ବାରା ଲଜିଷ୍ଟିକ ଟ୍ରୋନର ପରୀକ୍ଷଣ ସହିତ ଜଡ଼ିୀତ ଗୋପନୀୟ ସୂଚନା ମିଳିଥିଲା।
ଏଜେନ୍ସି ଏହି ଘଟଣାର କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିଛନ୍ତି।