May 22, 2025

ସ୍ଥଗିତ ରହିଲା ମହାକାଶରୁ ସୁନୀତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ

1 min read

NASA astronaut Suni Williams delivers remarks during a press conference ahead of the launch of Boeing’s Starliner spacecraft aboard a United Launch Alliance Atlas V rocket, Wednesday, May 18, 2022, at NASA’s Kennedy Space Center in Florida. Boeing’s Orbital Flight Test-2 will be Starliner’s second uncrewed flight test and will dock to the International Space Station as part of NASA's Commercial Crew Program. The mission, currently targeted for launch on 6:54 p.m. ET on May 19, will serve as an end-to-end test of the system's capabilities. Photo Credit: (NASA/Joel Kowsky)

ପୁଣି ଥରେ ସ୍ଥଗିତ ରହିଲା ମହାକାଶରୁ ସୁନୀତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା। ସୁନୀତା ଏବଂ ତାଙ୍କ ସାଥୀ ବୁଚ୍‌ ୱିଲମୋର ଆସନ୍ତା ରବିବାର ଅର୍ଥାତ ମାର୍ଚ୍ଚ ୧୬ ତାରିଖରେ ମହାକାଶରୁ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବାର ଥିଲା। ଏଲନ ମସ୍କଙ୍କ ସେଶ୍‌ ଏକ୍ସ ଡ୍ରାଗନ ଏୟାରକ୍ରାଫ୍ଟ ଜରିଆରେ ଉଭୟେ ଫେରିବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି। ସ୍ପେଶ ଏକ୍ସ ଡ୍ରାଗନ ଏୟାରକ୍ରାଫ୍ଟରେ କିଛି ବୈଷୟିକ ତ୍ରୁଟି ଦେଖାଦେବାରୁ ଯାତ୍ରା ସ୍ଥଗିତ ରଖାଯାଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି।

ସୁନୀତା ଏବଂ ୱିଲମୋର ୨୦୨୪ ଜୁନରେ ମହାକାଶ ଯାତ୍ରା କରିଥିଲେ। ମୋଟ ୮ ଦିନ ପାଇଁ ସେମାନେ ମହାକାଶରେ ରହିବାର ଥିଲା। କିନ୍ତୁ ୮ ଦିନିଆ ମିସନ ଏବେ ୯ମାସରେ ପରିଣତ ହେଲାଣି। ସେମାନଙ୍କୁ ମହାକାଶକୁ ନେଇ ଯାଇଥିବା ଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସୁନୀତା ଏବଂ ୱିଲମୋର ଧାର୍ଯ୍ୟ ସମୟରେ ଫେରିପାରି ନ ଥିଲେ। ସେମାନଙ୍କୁ ଫେରାଇ ଆଣିବାରେ ନାସା ଅସମର୍ଥ ହେବାରୁ ଏଲନ ମସ୍କଙ୍କ ସେଶ ଏକ୍ସର ସହାୟତା ନିଆଯାଇଥିଲା। ସ୍ପେଶ୍‌ ଏକ୍ସର ଡ୍ରାଗନ ଏୟାରକ୍ରାଫ୍ଟ ଯାନ ସହାୟତାରେ ସେମାନଙ୍କୁ ଫେରାଇ ଆଣିବାର ଯୋଜନା ହୋଇଥିଲା। ଏଥିପାଇଁ ଏହି ଯାନଟି ମାର୍ଚ୍ଚ ୧୨ ତାରିଖରେ କେନେଡି ସ୍ପେଶ ସେଣ୍ଟରରୁ ଯାନଟି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଉଡ଼ାଣ ଆରମ୍ଭ କରିବାର ଥିଲା। ମାତ୍ର ତାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି।