ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା
1 min read
ନୂଆଦିଲ୍ଲୀ: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର 26 ତାରିଖରୁ ଭଡ଼ା ବୃଦ୍ଧି ହେବାକୁ ଯାଉଛି। ଏହି ବୃଦ୍ଧି ମୁଖ୍ୟତଃ ଦୂରଗାମୀ ଯାତ୍ରାକୁ ପ୍ରଭାବିତ କରିବ, ଯେତେବେଳେ କ୍ଷୁଦ୍ରଗାମୀ ଯାତ୍ରୀମାନଙ୍କୁ କିଛି ଆଶ୍ୱସ୍ତି ଦିଆଯାଇଛି। ରେଳବାଇ ଅନୁଯାୟୀ, 215 କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡ଼ା ବୃଦ୍ଧି କରାଯାଇ ନାହିଁ, କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ, ସାଧାରଣ ଶ୍ରେଣୀରେ ପ୍ରତି କିଲୋମିଟର ପାଇଁ ଏକ ପଇସା ଅତିରିକ୍ତ ଆଦାୟ କରାଯିବ।
ଲୋକାଲ ଏବଂ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ, ଅଣ-ଏସି ଏବଂ ଏସି ଉଭୟ ଶ୍ରେଣୀରେ ପ୍ରତି କିଲୋମିଟର ପାଇଁ ଦୁଇ ପଇସା ଭଡ଼ା ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଅଣ-ଏସିରେ 500 କିଲୋମିଟର ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୂର୍ୱ ଅପେକ୍ଷା ପ୍ରାୟ 10 ଟଙ୍କା ଅଧିକ ଦେବାକୁ ପଡ଼ିବ।


