October 16, 2026

ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର

1 min read

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ଶିବିର ମାର୍ଚ୍ଚ ୨୮ରେ ଶେଷ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ଜିଲ୍ଲାରୁ ୫୦ ଜଣ ପ୍ରଶିକ୍ଷକ ଅଂଶଗ୍ରହଣ କରିଥିଲେ। ଏହି ଶିବିରରେ ବ୍ଲାକବେଲ୍ଟ ପରୀକ୍ଷା ମଧ୍ୟ ଆୟୋଜନ ହୋଇଥିଲା। କ୍ରୀଡ଼ାର ମାନ ବୃଦ୍ଧି କରିବା ସହ କରାଟେ କ୍ରୀଡ଼ାକୁ ବହୁଳ ଭାବେ ପ୍ରସାରିତ କରିବା ନିମନ୍ତେ ପ୍ରଶିକ୍ଷଣ ଏବଂ ସେମିନାର ମଧ୍ୟ ଆୟୋଜନ କରାଯାଇଥିଲା।