February 14, 2025

ଦୁର୍ଗାପୂଜା ପାଇଁ ଟ୍ୱିନ ସିଟିରେ ଟ୍ରାଫିକ କଟକଣା

1 min read

ଭୁବନେଶ୍ୱର : ପାର୍ବଣ ଋତୁରେ ଲୋକାରଣ୍ୟ ହୋଇ ଉଠିଛି ରାଜଧାନୀ ରାଜରାସ୍ତା । ଦୁର୍ଗାପୂଜା ରେ ଜନଗହଳିକୁ ଦେଖି ଆସନ୍ତା ୯ ତାରିଖରୁ ଭସାଣି ଯାତ୍ରା ସରିବା ଯାଏଁ କମିଶନରେଟ୍‌ ପୁଲିସ୍‌ ଏନେଇ ଟ୍ରାଫିକ୍‌ କଟକଣା ଜାରି କରିଛି । ଅପରାହ୍ଣ ୩ଟାରୁ ରାତି ୧ଟା ଯାଏଁ ସହର ଭିତରେ ଭାରୀଯାନ ପ୍ରବେଶରେ ରୋକ୍‌ ଲଗାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ସେହିପରି ଭୁବନେଶ୍ବରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ। ୧୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ହିଁ ଭାରୀଯାନ ଯା’ ଆସ କରିବ । କିନ୍ତୁ ଫ୍ଲାଏଓଭରକୁ ଲାଗିକି ଥିବା ସମସ୍ତ ସର୍ଭିସ୍‌ ରୋଡରେ ଭାରୀଯାନ ପ୍ରବେଶରେ ରୋକ୍‌ ଲାଗିଛି । ସେହିପରି ଏନ୍‌ଏଚ୍‌ଠାରୁ ସହର ଭିତରକୁ ଲମ୍ବିଥିବା କୌଣସି ରାସ୍ତାରେ ଭାରୀଯାନ ପଶିପାରିବନି । ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଯାଏଁ, ଫାୟାର ଷ୍ଟେସନ ଛକଠୁ ପାଇକ ନଗର, ଶିରିପୁର, ଗଙ୍ଗନଗର ନେଇ ଶିଶୁଭବନ ଓ ସିଆରପି ଛକଠୁ ଷ୍ଟିୱାର୍ଟ ସ୍କୁଲ୍‌, ଡିଏଭି ସ୍କୁଲ୍‌ ୟୁନିଟ୍‌-୮ ରାସ୍ତା ଯାଏଁ ଭାରୀଯାନ ଚଳାଚଳକୁ ବନ୍ଦ କରାଯିବ ।

ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ବର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଲି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । କଟକରେ ବି ବିଭିନ୍ ରାସ୍ତା ଜାରି ହେଇଛି କଟକଣା । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। ସେହିପରି କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା। ସର୍ବସାଧାରଣଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ।