July 10, 2026

ପାର୍ବଣରେ ପାରମ୍ପରିକ ନୃତ୍ୟ

1 min read

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଅସ୍ଥାୟୀ ଦୁର୍ଗା ମଣ୍ଡପରେ ଦଶହରା ପର୍ବ ପାଳନ ହୋଇଯାଇଛି। ଅଷ୍ଟମୀ ତିଥିରୁ ଏହି ପୂଜା ବହୁ ଆଡମ୍ବରରେ ପାଳନ କରାଯାଉଥିବା ବେଳେ ଶନିବାର ମଣ୍ଡପ ସମ୍ମୁଖରେ ପାରମ୍ପରିକ ବାଦ୍ୟ, ନୃତ୍ୟ, ସଙ୍ଗୀତ ସହ ପୂଜାର୍ଚନା କରାଯାଇଛି । ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ମା’ ଦୁର୍ଗାଙ୍କୁ ପୂଜା କରିବା ସହ ଦର୍ଶନ କରି ନିଜର ଓ ନିଜ ପରିବାରର ଶୁଖ ଶାନ୍ତି କାମନା କରିଛନ୍ତି। ପାରମ୍ପରିକ ଢୋଲ, ମହୁରୀ ସହ ନୃତ୍ୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।