January 17, 2025

ଅଯୋଧ୍ୟା ରାମମନ୍ଦିରକୁ ଆସୁଥିବା ବାହାର ପ୍ରସ୍ତୁତ ଭୋଗ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ

1 min read

ଅଯୋଧ୍ୟା: ବିଶ୍ୱପ୍ରସିଦ୍ଧ ତିରୁପତି ‘ଲଡୁ ପ୍ରସାଦମ୍’ର ଶୁଦ୍ଧତାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚିନ୍ତା ବଢ଼ୁଥିବା ବେଳେ ଅଯୋଧ୍ୟାର ରାମମନ୍ଦିର ବାହ୍ୟ ଏଜେନ୍ସିଦ୍ୱାରା ପ୍ରସ୍ତୁତ ଭୋଗ ଉପରେ ପ୍ରତିବନ୍ଧକ ଲଗାଇଛି। ଶ୍ରୀଭେଙ୍କଟେଶ୍ୱର ମନ୍ଦିରରେ ଲଡୁ ତିଆରି ପାଇଁ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା ଅଭିଯୋଗ ହେବା ପରେ ମନ୍ଦିର କର୍ତ୍ତୃପକ୍ଷ ‘ଶାନ୍ତି ହୋମ’ କରିଥିଲେ।
ରାମମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଦେଶବ୍ୟାପୀ ବିକ୍ରି ହେଉଥିବା ଘିଅର ଶୁଦ୍ଧତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ କେବଳ ମନ୍ଦିର ପୂଜକଙ୍କ ତତ୍ତ୍ୱାବଧାନରେ ଭୋଗ ପ୍ରସ୍ତୁତ କରାଯିବା ଉଚିତ। ସମସ୍ତ ପ୍ରମୁଖ ମନ୍ଦିର ଓ ମଠରେ ବାହ୍ୟ ଏଜେନ୍ସି ଦ୍ୱାରା ପ୍ରସ୍ତୁତ ଭୋଗ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇବାକୁ ସେ ଦାବି କରିଛନ୍ତି। ଦେଶବ୍ୟାପୀ ବିକ୍ରି ହେଉଥିବା ତେଲ ଓ ଘିଅର ଶୁଦ୍ଧତା ଯାଞ୍ଚ କରିବାର ଆବଶ୍ୟକତାକୁ ଦୋହରାଇବା ସହ ଭୋଗ ସାମଗ୍ରୀରେ ପଶୁଚର୍ବି ମିଶାଇ ଦେଶର ମଠ ଓ ମନ୍ଦିରଗୁଡ଼ିକୁ ଅପବିତ୍ର କରିବା ପାଇଁ ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ବଜାରରେ ମିଳୁଥିବା ତେଲ ଓ ଘିଅର ଶୁଦ୍ଧତା ଉପରେ କଡ଼ା ନଜର ରଖିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ଲକ୍ଷ୍ନୌର ମାନକେଶ୍ୱର ମନ୍ଦିର ମଧ୍ୟ ବଜାରରୁ ଅଣାଯାଇଥିବା ଭୋଗ ଉପରେ ପ୍ରତିବନ୍ଧକ ଲଗାଇଥିଲା।

Leave a Reply

Your email address will not be published. Required fields are marked *