January 25, 2026

ଆଜି ନୀଳାଦ୍ରି ବିଜେ କରିବେ ବଡ଼ଠାକୁର

1 min read

ପୁରୀ: ଆଜି ନୀଳାଦ୍ରି ବିଜେ କରିବେ ବଡ଼ଠାକୁର। ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହସନକୁ ଫେରିବେ। ୧୨ ଦିନ ପରେ ଆଜି ଶ୍ରୀମନ୍ଦିର ମଧ୍ୟକୁ ଗୋଟି ପହଣ୍ଡିରେ ପ୍ରବେଶ କରିବେ ଦାରୁଦିଅଁ। ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ଏଥିଲାଗି ସମସ୍ତ ନୀତିକାନ୍ତି ଶେଷ ହୋଇଛି। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ଏହାକୁ ଶ୍ରୀଜିଉମାନଙ୍କ ବଡ଼ ଦେଉଳ ପ୍ରବେଶ ବା ନୀଳାଦ୍ରି ବିଜେ ବୋଲି କୁହାଯାଏ।

ରଥ ଉପରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଏ। ଏହା ପରେ ସିଂହାସନ ମାଜଣା ହେବ। ଏହା ପରେ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହେବ। ଏପଟେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଉଭଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମହାପ୍ରଭୁଖ ଶ୍ରୀଜଗନ୍ନାଥ ମାଉସୀ ମା’ଙ୍କ ଘରକୁ ଯାଇଥିବାରୁ ଅଭିମାନ କରିଛନ୍ତି ମା’ ଲକ୍ଷ୍ମୀ ସାଆନ୍ତାଣୀ। ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାକୁ ଆଜି ରସଗୋଲା ଦେବେ ବଡ଼ ଠାକୁର।

Leave a Reply

Your email address will not be published. Required fields are marked *