June 18, 2026

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

1 min read

ଛତ୍ରପୁର: ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଗଞ୍ଜାମ ଜିଲାର ଛତ୍ରପୁର ସହର ଚଳଚଞ୍ଚଳ। ସହରର ନୀଳ କଣ୍ଠେଶ୍ୱର ସାହିରେ ଥିବା ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଭିଡ଼ ଲାଗିରହିଛି। ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୂ ସକାଳୁ ମଙ୍ଗଳ ଆଳତି, ହୋମ, ଯଜ୍ଞ ସହିତ ପୂଜାର୍ଚ୍ଚନା କରାଯାଇଥିଲା।

ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ଭଜନ ସଂକୀର୍ତ୍ତନ, ପ୍ରହ୍ଲାଦ ନାଟକ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସନ୍ଧ୍ୟାରେ ଠାକୁରଙ୍କୁ ରଥରେ ଉପବେଶନ କରାଯାଇ ନଗର ପରିକ୍ରମା କରାଯିବ।