July 27, 2024

ମାଲକାନଗିରିରେ ମତଦାନ ପରିବର୍ତନ କରାଯାଇଛି ସମୟ

1 min read

ମାଲକାନଗିରି : ମାଲକାନଗିରିରେ ମତଦାନ ସମୟ ପରିବର୍ତନ କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ମତଦାନ | ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବା ନେଇ ଘୋଷଣା କରାଯାଇଥିଲା । କିନ୍ତୁ ଦୁର୍ଗମ ତଥା ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ମତଦାନ ସମୟରେ ପରିବର୍ତ୍ତନ ହୋଇଥିବା କୁହାଯାଇଛି ।

ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ ମୋଟ ୧୧୪ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ଏହି ଭୋଟରଙ୍କ ନିମନ୍ତେ ୫୪୭ଟି ବୁଥ୍ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ୩୦ ଟି ସଖୀ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ। ସେହିପରି ଭିନ୍ନକ୍ଷମଙ୍କ ନିମନ୍ତେ ୨ ଗୋଟି ବୁଥ୍ ବ୍ୟବସ୍ଥା କରାଯାଇଛି। ୧୦ଟି ୟୁଥ୍ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ୩୦ ବର୍ଷରୁ କମ୍ ଅଧିକାରୀ ତଥା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ମତଦାନ କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ, ଭିନ୍ନକ୍ଷମ ତଥା ବାର୍ଦ୍ଧକ୍ୟଙ୍କ ନିମନ୍ତେ ରାମ୍ପ, ଭୀଷଣ ଖରା ଦାଉରୁ ରକ୍ଷା ପାଇଁ ଛାତ ଉପରେ ବ୍ୟବସ୍ଥା, ଜଳଛତ୍ର, ପର୍ୟ୍ୟାପ୍ତ ଓଆରଏସ ଓ ଆବଶ୍ୟକୀୟ ଔଷଧ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *