December 12, 2025

୫ ଚିତା ଛୁଆ ଜନ୍ମ କଲା ବାଘୁଣୀ ମୁଖୀ

1 min read

ମଧ୍ୟପ୍ରଦେଶ: ଭାରତ ଓ ବନ୍ୟପ୍ରାଣୀଙ୍କ ପାଇଁ ଖୁସିର ଖବର । ଏହା ସହିତ ମଧ୍ୟପ୍ରଦେଶର ଗର୍ବ ବି ବଢିଛି । ଦେଶରେ ବୃଦ୍ଧି ପାଇଲା ଚିତାବାଘଙ୍କ ସଂଖ୍ୟା । ମଧ୍ୟପ୍ରଦେଶ ଜଙ୍ଗଲରେ ଚିତା ଛୁଆ ଜନ୍ମ କଲା ମା ବାଘୁଣୀ ମୁଖୀ । ସେ ପାଞ୍ଚଟି ଛୁଆ ଜନ୍ମ ଦେଇଛନ୍ତି। ଭାରତର ପ୍ରୋଜେକ୍ଟ ଚିତା ପାଇଁ ଏକ ଗର୍ବ, ବାଘ ସଂଖ୍ୟା ବୃଦ୍ଧିରେ ଏହା ଏକ ସୁନ୍ଦର, ଅଭୂତପୂର୍ବ ସଫଳତା ଯାହା ଆମ ଦେଶର ବନ୍ୟପ୍ରାଣୀ ଐତିହ୍ୟକୁ ସୁଦୃଢ଼ କରିଛି ।